କଣ ଏହି ସିମ୍ ବକ୍ସ ଠକେଇ ? ସାବଧାନ ଆପଣ ବି ହୋଇପାରନ୍ତି ଏହାର ଶିକାର….
1 min readଆଜିକାଲିର ଯୁଗ ହେଉଛି ଟେକ୍ନୋଲିଜର ଯୁଗ। ଆଉ ଏହି ଯୁଗରେ ସମସ୍ତେ ସିମ କାର୍ଡର ବ୍ୟବହାର କରୁଛନ୍ତି। କଲ ହେଉ କି ମେସେଜ ସବୁ ପାଇଁ ଦରକାର ପଡିଥାଏ ସିମ କାର୍ଡ। କିନ୍ତୁ ଆଜି ଆମେ ଯେଉଁ ଡିଭାଇସ କଥା କହୁଛୁ ସେ ହେଉଛି ସିମ୍ ବକ୍ସ। ଯାହା ଆଜିକା ଯୁଗରେ ମୂଲ୍ୟବାନ ଅଟେ। ଆଉ ଏହା ବିଷୟରେ ଜାଣିବା ନିହାତି ଜରୁରୀ ଅଟେ। ନହେଲେ ଆପଣ ବି ଠକାମୀର ଶିକାର ହୋଇ ପାରନ୍ତି। କାରଣ ଆମେ ଟେକ୍ନୋଲୋଜି ଏବଂ ଇଂଟରନେଟ ସହ ଜଡିତ ରହୁଛୁ। ତେବେ ଏହି ସିମ ବକ୍ସ ଟି କଣ ଅଟେ? ଆଉ ଆଜିର ସମୟରେ ଏହି ସିମ ବକ୍ସକୁ କେଉଁଠି ବ୍ୟବହାର କରାଯାଏ। ଆପଣ ଦେଖିଥିବେ ଯେ ଆପଣଙ୍କ ଫୋନକୁ ଯେତେବେଳେ ଅନେକ ସ୍କାମ କଲ କି ଫ୍ରଡ୍ କଲ ଆସିଥାଏ ସେତେବେଳେ ସେଥିରେ ଆପଣଙ୍କୁ ଅଲଗା ଅଲଗା ସ୍ଥାନ ଦେଖାଇଥାଏ। ଯେମିତି କି ଅଲଗା ନମ୍ବରରେ ଅଲଗା ଅଲଗା ସ୍ଥାନ ଦେଖାଇଥାଏ।
ଆପଣ କେବେ ଭାବିଛନ୍ତି ଏହା କିଭଳି ଭାବେ ଭିନ୍ନ ଭିନ୍ନ ସ୍ଥାନରୁ ଆପଣଙ୍କୁ ଜଣେ କଲ କରିପାରୁଛି। ତେବେ ଏହି ସ୍ଥାନ ବଦଳିବା ପଛରେ ରହିଛି ସିମ୍ ବକ୍ସ । ଏହି ସିମ ବକ୍ସ ହେଉଛି ଏଭଳି ଏକ ମେସିନ ଯାହା ଭିତରେ ଏକାସାଙ୍ଗରେ ୧୦୦ଟି ସିମ୍ କାର୍ଡକୁ ଏକାସାଙ୍ଗରେ ବ୍ୟବହାର କରିପାରିବେ । ତେବେ ଏହି ସିମ୍ ବକ୍ସରେ ଭିତରେ ୫୦୦ଟି ସିମ୍ କାର୍ଡ ରହିବା ଭଳି ଲିମିଟ ରହିଛି। ଏମିତିକି ବିଦେଶରେ ରହି ମଧ୍ୟ ଏହି ସିମ ବକ୍ସ କୁ ବ୍ୟବହାର କରି ନିଜ ଦେଶରେ କାହାକୁ କଲ କଲେ ଏହା ଇଂଟନେସନାଲ କଲ ଦେଖାଇବା ବଦଳରେ ନିଜ ଦେଶର ଲୋକେସନ ଦେଖାଇଥାଏ। ତେବେ ବିଦେଶରୁ ଆସୁଥିବା କଲ କୁ ସ୍ଥାନୀୟ କଲରେ ପରିଣତ କରିବାରେ କାମ ଦିଏ ଏହି ସିମ ବକ୍ସ। ଯେତେବେଳେ ଆପଣଙ୍କୁ କୌଣସି ଅର୍ନ୍ତଜାତୀୟ ନମ୍ବରୁ କଲ ଆସେ ଆମେ ଏହାକୁ ଫ୍ରଡ ଭାବି କାଟି ଦେଇଥାନ୍ତି କାରଣ ଏହା ଆପଣଙ୍କୁ କ୍ଷତି ପହଁଚାଇ ପାରେ କିନ୍ତୁ ଯଦି ଆପଣଙ୍କୁ ସ୍ଥାନୀୟ ନମ୍ବରୁ କଲ ଆସେ ତେବେ ଆପଣ ନିଶ୍ଚୟ ଏହି କଲ ଉଠାଇଥାନ୍ତି । ଯାହାର ଫାଇଦା ଏହି ସିମ୍ ବକ୍ସ ବ୍ୟବହାର କରୁଥିବା ଲୋକମାନେ ଉଠାଇଥାନ୍ତି।
ତେବେ କେଉଁମାନେ ଏହାକୁ ବ୍ୟବହାର କରନ୍ତି? ଏହି ସିମ ବକ୍ସ କୁ ଅତ୍ୟଧିକ ମାତ୍ରାରେ ସାଇବର ସ୍କାମର ହେଉ କି ସାଇବର ଫ୍ରଡମାନେ ବ୍ୟବହାର କରିଥାନ୍ତି। ଏହାକୁ ବ୍ୟବହାର କରି ଲୋକଙ୍କ ଠୁ ଟଙ୍କା ଲୁଟି ଥାନ୍ତି ସାଇବର ଠକ। ତେବେ ଏଥିରେ କେବେଳ ସାଧାରଣ ଲୋକ ଫସି ନଥାନ୍ତି ଟେଲିକ କମ୍ପାନୀ ମାନେ ମଧ୍ୟ ଏହି ଠକାମିର ଶିକାର ହୋଇଥାନ୍ତି। କାରଣ ଇଂଟରନେସନାଲ କଲର ଚାର୍ଜ ଅଲଗା ଥିବା ବେଳେ ଲୋକାଲ କଲର ଚାର୍ଜ ଅଲଗା ରହିଥାଏ । ତେବେ ଏହି ସିମ ବକ୍ସରେ ଅନେକ ସିମ ବ୍ୟବହାର କରି ଏକା ସମୟରେ ଅନେକ ଠକାମୀ ମେସେଜ କରାଯାଇଥାଏ। ସେପୁଣି ଅଟୋମେଟିକ କାମ କରିଥାଏ ଗୋଟିଏ କ୍ଲିକରେ ଅନେକ ନମ୍ବରକୁ ଏହି ମେସେଜ ପଳାଇ ଯାଇଥାଏ। ଆଉ ମୋବାଇଲ ୟୁଜର୍ସଙ୍କୁ ଏହା ଅସଲି ମେସେଜ ଭଳି ଜଣାପଡିଥାଏ। ଯେମିତି କି କୌଣସି ବ୍ୟାଙ୍କ, କି ଟେଲିକମ କମ୍ପାନୀରୁ ଆପଣଙ୍କୁ ମେସେଜ ଆସିଛି ।ଆଉ ଆପଣ ଏଥିରେ କ୍ଲିକ କରିବା ମାତ୍ରେ ସାଇବର ଠକ ମୋବାଇଲରୁ ଆପଣଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଚୋରୀ କରି ନେଇଥାଏ। ଯାହାକୁ ବିକି ସେ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି। ଖାଲି ସେତିକି ନୁହେଁ ଏହି ସିମ୍ ବକ୍ସ କାରଣରୁ ଯେଉଁ ଫ୍ରଡ କଲ ଆସେ ତାକୁ ଟ୍ରେସ କରିବା ସହଜ ହୋଇ ନଥାଏ। ଆଉ ଯାହାଫଳରେ ନୀରିହ ଲୋକ ଅସୁବିଧାରେ ପଡିଥାନ୍ତି। ତେବେ ଏହି ସିମ ବକ୍ସ ଦ୍ୱାରା ୨୦୨୩ ସୁଧା ୩ବିଲିୟନ ଡଲାର କ୍ଷତି ସହିବାକୁ ପଡିଥିଲା ଟେଲିକମ କମ୍ପାନୀକାନଙ୍କୁ । କାରଣ ବିଦେଶରେ ରହି ସାଇବର ଠକ ସିମ ବକ୍ସକୁ ବ୍ୟବହାର କରି ଲୋକାଲ କଲରେ ପରିଣତ କରି କୋଟି କୋଟି ଟଙ୍କା ହଡପ କରି ନେଇଥିଲେ।