ଅନନ୍ତ-ରାଧିକାଙ୍କ ମେହେନ୍ଦୀରେ ସାକ୍ଷୀ ପିନ୍ଧିଥବା ଅନାରକଲି ସୁଟ୍ର ଦାମ୍ କେତେ ?
1 min readଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଉଭୟ ଜୁଲାଇ ୧୨ ରେ ବିବାହର ପବିତ୍ର ଗଣ୍ଠି ବାନ୍ଧିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଅମ୍ବାନୀ ପରିବାରରେ ବିଭିନ୍ନ ପ୍ରକାରର ବିବାହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯେଉଁଥିରେ ହଲିଉଡ୍ ଠାରୁ ଆରମ୍ଭ କରି କ୍ରିକେଟ ଜଗତ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ଅମ୍ବାନୀ ପରିବାରର ବିବାହ ଉତ୍ସବରେ ସବୁ ଷ୍ଟାର ମାନେ ଡିଜାଇନରୁ ବଳି ଡିଜାଇନ୍ ଡ୍ରେସ , ଶାଢୀ , ଲେହେଙ୍ଗା ପିନ୍ଧି ଆସୁଥିବା ବେଳେ କିନ୍ତୁ ସିମ୍ପୁଲ ଲୁକ୍ ରେ ପ୍ରଶଂସକମଙ୍କ ମନ ଜିଣିଛନ୍ତି ଭାରତୀୟ ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂ ଧ୍ୱନି ଏବଂ ତାଙ୍କ ପତ୍ନୀ ସାକ୍ସି ।
ଏବେ ଦୁହିଁଙ୍କ ସିମ୍ପିଲ୍ ଲୁକ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭାଇରାଲ ଫଟୋରେ ଧୋନିଙ୍କୁ କଳା କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଥିବା ବେଳେ ତାଙ୍କ ପତ୍ନୀ ସାକ୍ସିଙ୍କୁ ଲେଭେଣ୍ଡର କ୍ଲିୟର ସୁଟରେ ଦେଖିବାକୁ ମିଳିଛି।
କିନ୍ତୁ ସାକ୍ସି ପିନ୍ଦିଥିବା ଅନାରକଲି ସୁଟ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସାକ୍ସି ପିନ୍ଧିଥିବା ସୁଟ୍ର ମୂଲ୍ୟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆମେ ଆପଣଙ୍କୁ କହିଦେବାକୁ ଚାହୁଁଛୁ ଯେ ସାକ୍ସି ପିନ୍ଧିଥିବା ଡ୍ରେସ୍ଟି ଡିଜାଇନର ଅଭିନବ ମିଶ୍ରାଙ୍କ କଲେକ୍ସନରୁ ଗୋଟେ । ଅଭିନବ ମିଶ୍ରାଙ୍କ ଅଫିସିଅଲ ୱେବସାଟ୍ ରେ ଏହି ଡ୍ରେସଟି ମାର୍ଟିନୀ ଲିଲାକ ଅନାରକଲି ନାଁରେ ଅଛି । ଯାହାର ମୂଲ୍ୟ ୧ ଲକ୍ଷ ୯୦ ହଜାର ଟଙ୍କା । ସୁଟ୍ ଟି ନେଟ୍ ଆଉ ଷ୍ଟୋନ କାମ କରାଯାଇଛି । ତେବେ ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛି ଯେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅଢ଼୍ବାନୀଙ୍କ ବିବାହ ୧୨ ଜୁଲାଇରେ ହେବାକୁ ଯାଉଛି ।