Pratidin TV

Odisha's Digital News Platform

(VIDEO)ବିଜେଡି ସାମିଲ ହୋଇ ଏମିତି କହିଲେ ଲେଖାଶ୍ରୀ ସାମନ୍ତ ସିଂହାର..

1 min read

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପିର ବରିଷ୍ଠ ନେତ୍ରୀ ତଥା ଦଳର ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର । ବିଜେପିରେ ଇସ୍ତଫା ଦେବାର ଏକ ଘଣ୍ଟା ମଧ୍ୟରେ ସେ ବିଜେଡିରେ ସାମିଲ ହୋଇଥିଲେ । ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ବିଦ୍ଧବଦ୍ଧ ଭାବେ ଦଳରେ ସାମିଲ ହୋଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ସୂଚନାଯୋଗ୍ୟ, ଆଜି ସକାଳୁ ଲେଖାଶ୍ରୀ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏନେଇ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ । ବିଜେପିରେ ଉପସଭାପତି ଥିଲେ ଲେଖାଶ୍ରୀ । ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସାଂସଦ ମାନସ ମଙ୍ଗରାଜ ଲେଖାଶ୍ରୀଙ୍କୁ ବିଜେଡିକୁ ସ୍ୱାଗତ କରିଥିଲେ ।

ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ଦୀର୍ଘ ୧୦ ବର୍ଷ ଧରି ମୁଁ ଭାଜପାକୁ ସର୍ବଶ୍ୱ ଦେଇଛି । ହେଲେ ସେବା କରିବାର ଇଚ୍ଛାକୁ ଭାଜପା ପୂରଣ କରିବାକୁ ଦେଲାନି । ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱଙ୍କ ଆସ୍ତାଭାଜନ ହୋଇପାରିଲିନି । ମୋ ପାଇଁ ଭାଜପାରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢିବା ପାଇଁ ବିଜେଡିରେ ସାମିଲ ହେଲି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା । ଏପରିକି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କହିଛନ୍ତି, ବିଜେଡିରେ ‘ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି । ଦଳ ମୋତେ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହ ତାହା ପାଳନ କରିବି ।

Advertisement

Leave a Reply

Your email address will not be published. Required fields are marked *