Pratidin TV

Odisha's Digital News Platform

ଆସିଲା ଖୁସି ଖବର , ଏବେ ହ୍ୱାଟ୍ସଆପ୍‌ରେ କରିପାରିବେ ଅନଲାଇନ୍ ସପିଂ…

1 min read

ହ୍ୱାଟ୍ସଆପ୍ ରେ ଆସିଲା ନୁଆ ଫିଚର । ଏବେ କେବଳ ଚାଟିଂ ନୁହେଁ ଏଣିକି ହ୍ୱାଟ୍ସଆପରେ କରିପାରିବେ ସପିଂ । ଏବେ ହ୍ୱାଟ୍ସଆପରେ ବି ଫ୍ଲିପକାର୍ଟ , ଆମାଜନ , ମିନ୍ତ୍ରା ପରି ଅନଲାଇନ ସପିଂର ସବିଧା ପାଇ ପାରିବେ । ଏହା ଦେଖିବାପରେ ଆପଣ ନିଶ୍ଚୟ ଭାବୁଥିବେ ହ୍ୱାଟ୍ସଆପ୍ ରେ ଏହା କେମିତି ସମ୍ଭବ ? କଣ ଆପଣ ମେଟାର ଇନଷ୍ଟାଣ୍ଟମେସେଜିଙ୍ଗ ଆପ ହ୍ୱାଟ୍ସଆପର ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି କିଛି ଖାସ୍ । ହ୍ୱାଟ୍ସଆପ ବ୍ୟବସାୟ ଆକାଉଣ୍ଟ ବ୍ୟାବହାର କରୁଥିବା ଷ୍ଟୋରଗୁଡିକ ସେମାନଙ୍କ ଗ୍ରାହକଙ୍କ ସହିତ ଏବେ ସିଧାସଳଖ ଯୋଡ଼ିହୋଇପାରିବେ ।

ହ୍ୱାଟ୍ସଆପ ବ୍ୟବସାୟ ଆକାଉଣ୍ଟରେ ଗ୍ରାହକମାନେ ଏହି ସପ୍ ଗୁଡିକର ଅନସନ୍ଧାନ କରିପାରିବେ । ଗ୍ରାହକମାନେ ହ୍ୱାଟ୍ସଆପ ଆକାଉଣ୍ଟ ଜରିଆରେ ପ୍ରଡକ୍ଟ ସହ ଜଡିତ କୌଣସି ପ୍ରଶ୍ନ ପଚାରି ପାରିବେ । ଯଦି ଆପଣ ଅନଲାଇନରେ କୌଣସି ଜିନିଷ ସପିଂ କରିବାକୁ ଚାହାନ୍ତି , ତେବେ ସେହି କମ୍ପାନୀର ବ୍ୟାବସାୟ ହ୍ୱାଟ୍ସଆପ ଆକାଉଣ୍ଟ ବିଷୟରେ ସୂଚନା ପାଇବା ଦରକାର । ବ୍ୟାବସାୟ ଆକାଉଣ୍ଟ ଯାହା ହ୍ୱାଟ୍ସଆପ ଦ୍ୱାରା ଯାଞ୍ଚ କରାଯାଇଥାଏ ଓ ସେହି ପ୍ରୋଫଇଲ୍ ପାଖରେ ଗ୍ରୀନ ଟିକ୍ ର ଆଇକନ୍ ଦେଖାଯାଇଥାଏ । ହେଲେ ସାବଧାନ ସେହି ବ୍ୟାବସାୟ ଆକାଉଣ୍ଟରେ ଯୋଗାଯୋଗ ପୂର୍ବରୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ , କାରଣ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଅନେକ ଠକେଇ ହେଉଥିବା ଦେଖିବାକୁ ମିଳୁଛି ।

Advertisement

Leave a Reply

Your email address will not be published. Required fields are marked *