Pratidin TV

Odisha's Digital News Platform

ଆଉ ମାଗଣାରେ ବ୍ୟବହାର କରିପାରିବେନି ହ୍ୱାଟ୍ସଆପ…

ଆଉ ମାଗଣାରେ ବ୍ୟବହାର କରିପାରିବେନି ହ୍ୱାଟ୍ସଆପ । ଟ୍ୱିଟର ଭଳି ଏବେ ହ୍ୱାଟ୍ସଆପ ପାଇଁ ବି ଗଣିବାକୁ ପଡିବ ଟଙ୍କା ।ଗତ କିଛି ମାସ ମଧ୍ୟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା, ଯେଉଁଥିରେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ । ଗୋଟିଏ ପଟେ ଟ୍ୱିଟର ଏହାର ସେବା ପାଇଁ ଟଙ୍କା ଚାର୍ଜ କରିବା ଆରମ୍ଭ କରିଥିବାବେଳେ ଇନଷ୍ଟାଗ୍ରାମ ବର୍ତ୍ତମାନ ବ୍ଲୁଟିକ୍ ପାଇଁ ଟଙ୍କା ଆଦାୟ କରୁଛି । ତେବେ ଚାଟିଂ ପାଇଁ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ହ୍ୱାଟ୍ସଆପରେ ମଧ୍ୟ ସମାନ ନିୟମ ଆସିବ । ତେଣୁ କମ୍ପାନୀ ଆଉ ଦୀର୍ଘ ଦିନ ପର୍ଯ୍ୟନ୍ତ ମାଗଣା ସେବା ପ୍ରଦାନ କରିବ ନାହିଁ । ଏଥିପାଇଁ ଉପଭୋକ୍ତାମାନଙ୍କଠାରୁ ଟଙ୍କା ଆଦାୟ କରିବ ।

ତେବେ ବର୍ତ୍ତମାନ ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଆଉ ସମସ୍ତେ ହ୍ୱାଟ୍ସଆପ ମଧ୍ୟ ବ୍ୟବହାର କରୁଛନ୍ତି । କାରଣ ଅନ୍ୟ ଆପ ତୁଳନାରେ ଏଥିରେ ଚାଟିଂ ଓ ଭିଡିଓ କଲିଂ ଏବଂ ଅନ୍ୟାନ ସୁବିଧା ଅତି ସହଜରେ ଉପଲବ୍ଧ ରହିଛି । କିନ୍ତୁ କମ୍ପାନୀ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ୟୁଜର ମାନଙ୍କୁ ଏକ ଶକ୍ତ ଝଟକା ଲାଗିପାରେ । ତେବେ କମ୍ପାନୀ ମାସିକ କିମ୍ବା ବାର୍ଷିକ ସବସ୍କ୍ରିପସନ୍ ଯୋଜନା ଆଣିପାରେ ।

ସୂଚନା ଅନୁଯାୟୀ ଏହି ସେବା ଶୀଘ୍ର ଆରମ୍ଭ ହେବ ନାହିଁ କିନ୍ତୁ ଏହା କିଛି ମାସ ସମୟ ନେଇପାରେ କିମ୍ବା ବୋଧହୁଏ ଏହି ଦେୟଯୁକ୍ତ ସେବା ଆସନ୍ତା ବର୍ଷ ଆରମ୍ଭରୁ ଆରମ୍ଭ ହୋଇପାରେ । ଯଦି ଆପଣଙ୍କୁ ହ୍ୱାଟ୍ସଆପରେ ବିଜ୍ଞାପନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଅଲଗା ଏକ ସବସ୍କ୍ରିବସନ୍ ପ୍ଲାନ୍ କିଣିବାକୁ ପଡିବ । କମ୍ପାନୀ ଅନ୍ୟ କୈାଣସି ସେବା ପାଇଁ ଦେୟ ଚାର୍ଜ ନ କଲେ ବି ଆପଣଙ୍କୁ ବିଜ୍ଞାପନ ବିହୀନ ହ୍ୱାଟ୍ସଆପ୍ ଚଲାଇବାକୁ ହେଲେ ଏହି ପ୍ଲାନ୍ ପାଇଁ ଟଙ୍କା ଦେବାକୁ ପଡିପାରେ । ଏହି ପ୍ଲାନ୍ ପ୍ରଥମେ ଆମେରିକା ଏବଂ କାନାଡାରୁ ଆରମ୍ଭ ହେବ ବୋଲି ଆଶା କରାଯାଇଛି ।

Leave a Reply

Your email address will not be published. Required fields are marked *