୧୭ ହଜାର ଆକାଉଣ୍ଟ ବନ୍ଦ କଲା ହ୍ୱାଟସ୍ଆପ୍ ,ତାଲିକାରେ ନାହିଁ ତ ଆପଣଙ୍କ ନମ୍ବର..
1 min readଆପଣ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୱାଟସ୍ଆପ୍ ବ୍ୟବହାର କରୁଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଜରୁରୀ । ହ୍ୱାଟସ୍ଆପ୍ ର ମାଲିକାନା ଏକ ବ଼ଡ଼ ନିଷ୍ପତ୍ତି ନେବାକୁ ଯାଉଛି । କମ୍ପାନୀର ଏହି ନିଷ୍ପତ୍ତି ଆପଣଙ୍କ ଉପରେ କଣ ପ୍ରଭାବ ପକାଇବ ତାହା ଆପଣ ଏହି ଖବର ପଢିବା ପରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ହ୍ୱାଟସ୍ଆପ୍ କଣ ନିଷ୍ପତ୍ତି ନେଉଛି … ହ୍ୱାଟସଆପ୍ ପକ୍ଷରୁ ଏଥର ଏକ ବଡ ପଦକ୍ଷେପ ନିଆଯାଇଛି ।
ମେଟାର ମାଲିକାନା ବିଶିଷ୍ଟ ଏହି କମ୍ପାନୀ ପ୍ରାୟ ୧୭ ହଜାର ଆକାଉଣ୍ଟକୁ ବ୍ୟାନ କରିଦେଇଛି । ଏ ବିଷୟରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲିଷ୍ଟରେ ଆପଣଙ୍କ ହ୍ୱାଟସଆପ୍ ନମ୍ବର ବି ଥାଇପାରେ । ଏଣୁ ଆପଣଙ୍କୁ ଏବେ ବହୁତ ସତର୍କ ରହିବାର ଆବଶ୍ୟକତା ରହିଛି । ” ଯେଉଁମାନେ କମ୍ପାନୀର ନିୟମ ପାଳନ କରୁନାହାଁନ୍ତି ହ୍ୱାଟସଆପ୍ ଏପରି ଆକାଉଣ୍ଟ ଉପରେ ସତର୍କତାର ସହିତ ନଜର ରଖୁଛି । ଲଗାତର ଅନଲାଇନ୍ ଫ୍ରଡ୍ ଓ ସ୍କାମ ମାମଲା ବୃଦ୍ଧି ପାଉଥିବାରୁ ଏଭଳିୁ ପଦକ୍ଷେପ ନେଉଛି କମ୍ପାନୀ ।
ଏ ସଂପର୍କରେ ସୂଚନା ଦେଇ କମ୍ପାନୀ କହିଛି ନୂଆ ଆଇଟି ନିୟମର ଉଲଙ୍ଘନ କରିଥିବା ପ୍ରାୟ ୧୭ ହଜାର ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି । ଗତ କିଛିମାସ ମଧ୍ୟରେ ହ୍ୱାଟସଆପ୍ ଫ୍ରଡ୍ ମାମଲା ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଛି । ଅନଲାଇନ୍ ଫ୍ରଡ୍ ବିରୁଦ୍ଧରେ ଏବେ କମ୍ପାନୀ ସମସ୍ତଙ୍କ ଆକାଉଣ୍ଟ ଉପରେ କଡା ନଜର ରଖିଛି । ଡିସେମ୍ବର ପୂର୍ବରୁ ନଭେମ୍ବରରେ ହ୍ୱାଟସଆପ୍ ପ୍ରାୟ ୧୭ ହଜାର ଆକାଉଣ୍ଟ ବ୍ୟାନ କରିଦେଇଛି ।