Pratidin TV

Odisha's Digital News Platform

ପାକିସ୍ତାନୀ ଖେଳାଳିଙ୍କ ଜର୍ସିିର ରଙ୍ଗ କାହିଁକି ସବୁଜ? କଣ ଏହା ପଛର କାରଣଏବଂ ମୂଲ୍ୟ କେତେ ଜାଣନ୍ତୁ ଏଠି..

1 min read

ଚଳିତ ବଶ୍ୱକପର ସବୁଠାରୁ ହାଇଭୋଲ୍ଟେଜ ମ୍ୟାଚ ଥିଲା ଭାରତ ଏବଂ ପାକିସ୍ତାନ । ଯାହାକୁ ଦେଖିବାକୁ ଅହମ୍ମଦାବାଦରେ ଜମିଥିଲା ଲକ୍ଷାଧିକ ଲୋକଙ୍କ ଭିଡ । ଅକ୍ଟୋବର ୧୪ ଥିଲା ସେଇ ଦିନ ଯାହାକୁ ଦୀର୍ଘମାସ ହେଲା ଚାହିଁ ବସିଥିଲେ ୨ଦେଶ ସହ ସାରା ବିଶ୍ୱ । କାରଣ ସେଦିନ ଥିବା ଭାରତ -ପାକିସ୍ତାନର ମ୍ୟାଚ । ଏହି ୨ ପ୍ରତିଦ୍ୱନ୍ଦି ଦଳ ଉପରେ ଥିଲା ସବୁ ଲୋକଙ୍କ ନଜର । ତେବେ ଉଭୟ ଦେଶକୁ ଚଳିତ ବିଶ୍ୱକପରେ ମିଳିଛି ନୂଆ ପରିଚୟ ।ଭାରତକୁ ମେନ ଇନ ବ୍ଲୁ କୁହାଯାଇଥିବା ବେଳେ ପାକିସ୍ତାନକୁ ମେନ ଇନ ଗ୍ରୀନ କୁହାଯାଉଛି । ଏହା ପଛର କାରଣ ହେଉଛି ଉଭୟ ଦଳର ଜର୍ସିି । କ୍ରିକେଟ ଖେଳୁଥିବା ସମସ୍ତ ଦେଶର ରହିଛି ଭିନ୍ନ ଭିନ୍ନ ରଙ୍ଗର ଜର୍ସି ।

ଆଉ ନିଜର ଦେଶର କିଛି ପରିଚୟକୁ ପରିପ୍ରକାଶ କରିତାଏ ଏହି ଜର୍ସିି ଆଉ ତା ରଙ୍ଗ । ତେବେ ସମସ୍ତଦଳର ୨ପ୍ରକାର ଜର୍ସିି ରହିଥାଏ । କାହିଁକି ନା ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ହେଉଥିବା ବେଳେ ୨ରଙ୍ଗର ଜର୍ସି ପିନ୍ଧିଥାନ୍ତି ସମସ୍ତ ଟିମର ଖେଳାଳୀ । ୱାନ ଡେ ମ୍ୟାଚରେ ସବୁ ଦଳ ଧଳା ରଙ୍ଗର ଜର୍ସିି ପିନ୍ଧନ୍ତି ଏହାକୁ ବାଦ ଦେଲେ ଆଉ ସବସ୍ତ ଫର୍ମାଟରେ ନିଜ ନିଜ ଦେଶ ଅନୁସାରେ ଚୟନ ହୋଇଥିବା ରଙ୍ଗର ଜର୍ସି ପିନ୍ଧିଥାନ୍ତି । ତେବେ ଆମେ କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆ ଜର୍ସିକୁ ନେଇ ଆପଣଙ୍କୁ କିଛି ତଥ୍ୟ ଦେଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ପାକିସ୍ତାନର ଜର୍ସିି ନେଇ କିଛି ଖୁଲାସା କରିବୁ । ପାକିସ୍ତାନୀ ଟିମ ସର୍ବଦନା ମ୍ୟାଚରେ ସବୁଜ ରଙ୍ଗର ଜର୍ସିି ପରିଧାନ କରିଥାନ୍ତି । ତେବେ ଆଣଫ ଜାଣିଛନ୍ତି ଏହି ଜର୍ସିର ମୂଲ୍ୟ କେତେ ? ଏବଂ ସେ ଏହି ରଙ୍ଗକୁ କାହିଁକି ପିନ୍ଧନ୍ତି ।

Advertisement

ତେବେ ଆସନ୍ତୁ ଜାଣିବା..
ପାକିସ୍ତାନ କ୍ରିକେଟ ବୋର୍ଡର ଅଫସିଆଲ ୱେସାଇଟରେ ଜର୍ସିିର ମୁଲ୍ୟ ଉଲ୍ଲେଖ କରିଛି । ଯାହାଫଳରେ ଆପଣମାନେ ଏହାର ସତ୍ୟତା ଜାଣି ପାରିବେ ।ତେବେ ପାକିସ୍ତାନୀ କ୍ରିକେଟରଙ୍କଜର୍ସିର ମୁଲ୍ୟ ମାତ୍ର ୩୫୦୦ ଟଙ୍କା ରହିଛି । ଅର୍ତାତ ଭାରତୀୟ ମୁଦ୍ରା ଅନୁଯାୟୀ ଏହା ୧୦୫୧ ଟଙ୍କା ଅଟେ । ଏବଂ ପାକିସ୍ତାନୀ ଜର୍ସିର ନାଁ ଷ୍ଟାର ନେସନ ଜର୍ସି WC23 ଅଟେ ।ପାକିସ୍ତାନର ଜାତୀୟ ପତାକା ରଙ୍ଗ ସବୁଜ ଥିବା ଯୋଗୁଁ ତାଙ୍କ ଖେଳାଳୀମାନେ ସବୁଜ ରଙ୍ଗର ଜର୍ସିି ପିନ୍ଧି ଥାନ୍ତି । ଫଳରେ ସେମାନେ ତାଙ୍କ ପତାକାକୁ ସମ୍ମାନ ଜଣାଇ ସବୁଜ ରଙ୍ଗ ପରିଧାନ କରିଥାନ୍ତି । ଏହାଛଡା ସବୁଜ ତାଙ୍କ ପାଇଁ ଶୁଭରଙ୍ଗ ପ୍ରତୀକ ଅଟେ କାରଣ ସେମାନେ ମସଜିଦରେ ତାଙ୍କ ଆଲ୍ଲାଙ୍କୁ ସବୁଜ ରଙ୍ଗର ଚାଦର ଚଢାଇଥାନ୍ତି । ଯାହା ତାଙ୍କ ପାଇଁ ଭଲ ଫଳ ଆଣି ଦେଇଥାଏ ।

Leave a Reply

Your email address will not be published. Required fields are marked *