Pratidin TV

Odisha's Digital News Platform

ଅକ୍ଟୋବର ରୁ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ ..

1 min read

ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ପକ୍ଷରୁ ଚିଠି ଆସିଛି। ଅକ୍ଟୋବର ମାସରୁ ଏହି ନୂଆ ନିୟମ ଲାଗୁ ହେବ। ଅନ୍ୟପଟେ ଓଡ଼ିଶା ସରକାର ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ସରକାର କହିଥିଲେ। ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ହେଲେ ପୁଣିଥରେ ପୂର୍ବଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ଓଡ଼ିଶା ସରକାର ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ।

ରାଜ୍ୟରେ ବଢ଼ୁଥିବା ମେଦ ବହୁଳତା ତଥା ମଧୁ ମେହକୁ ଆଖି ଆଗରେ ରଖି ପିଡିଏସ୍‍ରେ ଗହମ ପ୍ରଦାନ ପାଇଁ ଦାବି ହୋଇଥିଲା। ଏହାକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗୁରୁବାରଦିନ କେନ୍ଦ୍ର ସରକାର ଏନେଇ ଚିଠି ଲେଖି ଓଡ଼ିଶା ସମେତ ୯ ରାଜ୍ୟକୁ ଗହମ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।

Advertisement

ରାଜ୍ୟରେ ଏବେ ଇ କେଓ୍ୱାସି ପ୍ରକ୍ରିୟା ଚାଲିଛି। ଏହା ମାଧ୍ୟମରେ ହିତାଧିକାରୀଙ୍କୁ ପୁଣିଥରେ ଚିହ୍ନଟ କରାଯାଉଛି। ରାଜ୍ୟ ବାହାରେ ଥିବା ହିତାଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏଥିପଲାଗି କୌଣସି ଅନ୍ତିମ ତାରିଖ ଦିଆଯାଇ ନାହିଁ। ଯେ କୌଣସି ସମୟରେ ହିତାଧିକାରୀ ସେମାନଙ୍କ ଆଧାର ମାଧ୍ୟମରେ ଏହି ପ୍ରକ୍ରିୟାରେ ଭାଗ ନେଉଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ପକ୍ରିୟାରେ ଜାଲ ହିତାଧିକାରୀଙ୍କୁ ଚିହ୍ଟ କରାଯାଇପାରୁଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ନୂଆ ହିତାଧିକାରୀ ସାମିଲ ହେବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *