Pratidin TV

Odisha's Digital News Platform

ମୁମ୍ବାଇ ବିମାନବନ୍ଦରରେ ମିଳିଲାନି ହ୍ୱିଲ ଚେୟାର,୧.୫ କିଲୋମିଟର ଚାଲି ହୃଦଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ……

1 min read

ମୁମ୍ବାଇ ବିମାନବନ୍ଦରରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ୮୦ ବର୍ଷୀୟ ଜଣେ ବୃଦ୍ଧ ଯାତ୍ରୀ ବୁକିଂ ପରେ ମଧ୍ୟ ହ୍ୱିଲ ଚେୟାର ପାଇ ନଥିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ହ୍ୱିଲ ଚେୟାର ଅଭାବରୁ ବୃଦ୍ଧଙ୍କୁ ବିମାନରୁ ଆରମ୍ଭ କରି ଇମିଗ୍ରେସନ କାଉଣ୍ଟର ପର୍ଯ୍ୟନ୍ତ ଯିବାକୁ ପଡିଥିଲା । କାଉଣ୍ଟରରେ ପହଞ୍ଚିବା ପରେ ବୃଦ୍ଧ ଜଣକ ତଳେ ପଡ଼ି ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ପରେ ଏୟାର ଇଣ୍ଡିଆ ମଧ୍ୟ ଏହାର ସ୍ପଷ୍ଟୀକରଣ ଦେଇଛି। ଏୟାର ଇଣ୍ଡିଆ କହିଛି ଯେ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା,କିନ୍ତୁ ସେ ଆମ କଥା ଶୁଣି ନଥିଲେ ।

ସୂଚନା ମୁତାବକ,ଏୟାର ଇଣ୍ଡିଆ ଏହି ପ୍ରସଙ୍ଗରେ ସ୍ପଷ୍ଟ କରି କହିଥିଲେ, ବୃଦ୍ଧ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରିଥିଲୁ | କିନ୍ତୁ ସେ ଆମ କଥା ଶୁଣି ନଥିଲେ। ହ୍ୱିଲ ଚେୟାର ର ଅଭାବ ଥିଲା, ୩୨ଟି ହ୍ୱିଲ ଚେୟାର ଯାତ୍ରୀ ଥିଲେ, ମାତ୍ର ୧୫ ଜଣ ହ୍ୱିଲ ଚେୟାର ଗ୍ରାଉଣ୍ଡରେ ଥିବା କର୍ମଚାରୀଙ୍କ ସହ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅପେକ୍ଷା କରିଥିଲେ | ସେଥିପାଇଁ ଆମେ ତାଙ୍କୁ ଅନୁରୋଧ କରିଥିଲୁ | କିନ୍ତୁ ଯାତ୍ରୀ ନିଜ ଜୀବନସାଥୀଙ୍କ ସହ ଯାତ୍ରା କରିବାକୁ ପସନ୍ଦ କରିଥିଲେ। ଅବସ୍ଥା ଗୁରୁତର ହେବା ପରେ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Advertisement

ମୃତକ ବ୍ୟକ୍ତି ଜଣକ ଭାରତୀୟ, ନ୍ୟୁୟର୍କରୁ ମୁମ୍ବାଇ ଅଭିମୁଖେ ଯାତ୍ରା ସମୟରେ ବିମାନ ବନ୍ଦରରେ ଆସିଥିଲେ | ମୁମ୍ବାଇ ଠାରେ ବିମାନ ଅବତରଣ ପରେ ଯେତେବେଳେ ବୃଦ୍ଧଙ୍କୁ ହ୍ୱିଲ ଚେୟାର ସହାୟତା ମିଳିନଥିଲା , ସେ ୧.୫ କିଲୋମିଟର ଚାଲିକି କାଉଣ୍ଟରକୁ ଯିବା ଭିତରେ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା ପରେ ସେଠାରେ ସେ ପଡିଯାଇଥିଲେ | ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା |

Leave a Reply

Your email address will not be published. Required fields are marked *