ଭିଜିଲାନ୍ସ ଜାଲରେ ARI ମ୍ୟାଡାମ୍ , ଜମି ପାଇଁ ନେଉଥିଲେ ଲାଞ୍ଚ ….
1 min readବଲାଙ୍ଗୀର ; ଲାଞ୍ଚ ନେଉ ଥିବା ବେଳେ ଧରାପଡିଲେ ଏଆରଆଇ ଓ ସହଯୋଗୀ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଏଆରଆଇ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଜମି ନୋଟିଫିକେସନ ବାବଦ କୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଥିବା ବେଳେ ଭିଜିଲାନ୍ସ ଧରିଛି ।
ଆଜି ଜମି ନୋଟିଫିକେସନ ବାବଦ କୁ ବାସୁଦେବ ରଣା ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ ବେଲଗାଁ ଏଆରଆଇ ରେସ୍ମା ମାଝୀ ପରେ ବାସୁଦେବ ବଲାଙ୍ଗୀର ଭିଜିଲାନ୍ସ ର ଦ୍ୱାରସ୍ତ ହୋଇ ଥିଲେ । ବଲାଙ୍ଗିର ଡିଏସପି ପୁଲସ୍ତି ଛତ୍ରିଆ ଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁର ର ମିଳିତତ୍ତ୍ବା ବଧାନରେ ଚଢାଉ କରାଯାଇ ଥିଲା । ଲାଞ୍ଚ ନେବା ପରେ ବଲାଙ୍ଗୀର ଭିଜିଲାନ୍ସ ଟିମ ରେସ୍ମା କୁ କାବୁ କରିବା ସହ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ରେସ୍ମା ଙ୍କ ବିଭିନ୍ନ କାର୍ଯ୍ୟଳୟ ଓ ସରକାରୀ ଘର ରେ ରେଡ ଜାରି ରଖିଥିବା ସୂଚନା ରହିଛି ।