ନିଟ୍ ପେପର ପରି ଲିକ୍ ହୋଇଥିଲା ବଜେଟ ପେପର୍ ..
1 min readଏବେ ସାରାଦେଶରେ ଲାଗିରହିଛି ନିଟ୍ ପରୀକ୍ଷା ଓ ଫଳାଫଳକୁ ଉଷ୍ମତା। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚି ସାରିଛି । ତେବେ ଆମ ଦେଶରେ ପ୍ରଶ୍ନପତ୍ର ଲିକ୍ ନୂଆ କଥା ନୁହେଁ, ପୂର୍ବରୁ ଏପରି ଅନେକ ଥରେ ହୋଇଛି ଏବଂ ଏହାର ସମାଧାନ ମଧ୍ୟ କରାଯାଇଛି। ହେଲେ ଏହାଠୁ ମଧ୍ୟ ଏକ ଚକିତ କଲା ଭଳି ଘଟଣା ଘଟିଥିଲା । ଏକଦା ଭାରତରେ ବଜେଟ ପେପର୍ ମଧ୍ୟ ଲିକ ହୋଇଥିଲା।
ଏଥିପାଇଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ପଦରୁ ବିଦା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ୧୯୫୦ ମସିହାରେ ସଂସଦରେ ଉପସ୍ଥାପିତ ହେବା ପୂର୍ବରୁ ଲିକ୍ ହୋଇଥିଲା ଭାରତର ବଜେଟ୍। ଏହି କାରଣରୁ ସମଗ୍ର ଦେଶରେ ଉତ୍ତେଜନା ଦେଖା ଦେଇଥିଲା। କେବଳ ଏତିକି ନୁହେଁ, ଏଥିପାଇଁ ତତ୍କାଳୀନ ଅର୍ଥମନ୍ତ୍ରୀ ଜନ୍ ମାଥାଇଙ୍କୁ ମଧ୍ୟ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା। ଏହି ଘଟଣା ପରେ ବଜେଟର ମୁଦ୍ରଣ(ପ୍ରିଣ୍ଟିଂ) ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।