Pratidin TV

Odisha's Digital News Platform

ଭଦ୍ରା କାଳ ଯୋଗ ; ଜଣାନ୍ତୁ କେତେବେଳେ ବାନ୍ଧିବେ ରାକ୍ଷୀ ?

1 min read

ଭାଇ-ଭଉଣୀଙ୍କ ପବିତ୍ର ସଂପର୍କର ପ୍ରତୀକ ରକ୍ଷା ବନ୍ଧନ । ନିଜର ସୁରକ୍ଷା ପାଇଁ ଭାଇର ହାତରେ ସ୍ନେହର ଡୋରୀ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଆଉ ଭାଇଟିଏ ଭଉଣୀକୁ ସବୁ ବିପଦ ଆପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥାଏ । ସେଥିପାଇଁ ପ୍ରତ୍ୟେକ ଭଉଣୀ ଏହି ଦିନଟିକୁ ଖୁବ୍‌ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ୧୯ ତାରିଖ ସୋମବାର ଦିନ ରକ୍ଷା ବନ୍ଧନ ପଡ଼ୁଛି ।

ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ କେଉଁ ସମୟରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବା ଉଚିତ ? କେଉଁ ସମୟରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ ? ଏହା ସହ ଚଳିତ ବର୍ଷର ରକ୍ଷା ବନ୍ଧନର ଶୁଭ ମୂହୁର୍ତ୍ତ କେଉଁ ସମୟରେ ରହିବ ଆସନ୍ତୁ ଜାଣିବା । ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ଵକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ଭଉଣୀ   । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ । ଏହି ଦିନ ଭଦ୍ରାକାଳ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରହିବ। ସେଥିପାଇଁ ଏହି ସମୟରେ କିମ୍ବା ସକାଳେ ରାକ୍ଷୀ ବାନ୍ଧିବେ ନାହିଁ। 

Advertisement

ରକ୍ଷାବନ୍ଧନ ଭଦ୍ରା ଶେଷ ସମୟ – ୧୩:୩୦ ରକ୍ଷାବନ୍ଧନ ଭଦ୍ରା ଲାଞ୍ଜ – ୦୯:୫୧ ରୁ ୧୦:୫୩ ରକ୍ଷାବନ୍ଧନ ଭଦ୍ରା ମୁଖ – ୧୦:୫୩ରୁ ୧୨:୩୭ । ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ।

ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ ହୋଇଥାଏ । ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ । ଯାହା ପରେ ରାବଣର ସର୍ବନାଶ ହୋଇଥିଲା । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହିଁ । ତେଣୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ ।

Leave a Reply

Your email address will not be published. Required fields are marked *