ଜୟନାରାୟଣଙ୍କୁ ସିଧା ର୍ଟାଗେଟ୍ କଲେ ପ୍ରତାପ ଦେବ , କହିଲେ ସରକାର ଏବେ ଆପଣଙ୍କର ସିବିଆଇ ତଦନ୍ତ କାହିଁକି କରୁନାହାନ୍ତି ?
1 min readବିଧାନସଭାରେ ଉଠିଲା ହାଇପ୍ରୋଫାଇଲ ହତ୍ୟା ଘଟଣା । ମମିତା ମେହେର, ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି ମମିତା ମେହେର ହତ୍ୟା ପ୍ରସଙ୍ଗ , ଜେଲ ଭିତରେ ଗୋବିନ୍ଦ ସାହୁଙ୍କ ଜୀବନ ହାରିବା ଘଟଣା, ସ୍ୱାମୀ ଲକ୍ଷ୍ମଣନନ୍ଦ ହତ୍ୟା,ନବ ଦାସ ହତ୍ୟା ଓଡିଶାବସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହି ମାମାଲାର ତଦନ୍ତଭାର ସରକାର ସିବିଆଇକୁ ଦେବ ବୋଲି ପ୍ରଶ୍ନ କରିଥିଲେ ଜୟ ନାରାୟଣ ।
ଆଉ ଶୂନ୍ୟକାଳରେ ଜୟନାରାୟଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରତାବ ଦେବ । ସେ କହିଛନ୍ତି ଯେ ଜୟ ନାରାୟଣ କାହାକୁ ପ୍ରଶ୍ନ ପଚାରୁଛନ୍ତି ଏବେ ସରକାର ତାଙ୍କ ହାତରେ ସେ ସିବିଆଇ ତଦନ୍ତ କରନ୍ତୁ । କଲମ ଆଇନ୍ ପୋଲିସ ସବୁ ତାଙ୍କ ହାତରେ ସେ କାହିଁକି ପ୍ରସ୍ନ ପଚାରୁଛନ୍ତି ? ଆଉ କାହାକୁ ପଚାରୁଛନ୍ତି ?