Pratidin TV

Odisha's Digital News Platform

କାହାପାଇଁ ରେଖା ପିନ୍ଧୁଛନ୍ତି ମଥାରେ ସିନ୍ଦୁର ? କଣ ରହିଛି ଏହା ପଛର ରହସ୍ୟ ?

ସିନ୍ଦୂର ବିବାହିତ ନାରୀର ଏକ ପରିଚୟ । ହେଲେ ବଲିଉଡର ଏଭଳି ଏକ ଅଭିନେତ୍ରୀ ଅଛନ୍ତି ଯେ ବିବାହ ନକରିବି ମଥାରେ ଲଗାଉଛନ୍ତି  ସିନ୍ଦୁର । ଯେଉଁଥି ପାଇଁ ତାଙ୍କୁ ସାମ୍ନା କରିବାକୁ ପଡେ ଅନେକ ପ୍ରଶ୍ନର । କେବେ ପରୋକ୍ଷରେ ତ ଆଉ କେବେ ପ୍ରତ୍ୟେକ୍ଷରେ । ତେବେ ସେହି ଅଭିନେତ୍ରୀ ଜଣକ କିଏ ତାହା ସମସ୍ତଙ୍କୁ ଜଣା  । । ଆଜ୍ଞା ହଁ ,  ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ରେଖା ବିଧବା ହୋଇ ମଧ୍ୟ ସେ ସବୁ ସମୟରେ ସିନ୍ଦୂର ଲଗାଇ ବୋହୂ ବେଶରେ ସଜେଇ ହୋଇ ବିଭିନ୍ନ ଇଭେଣ୍ଟ ଆଟେଣ୍ଡ କରିଥାନ୍ତି । କଣ ଆପଣ ଜାଣନ୍ତି ରେଖା କାହିଁକି ଓ କାହା ପାଇଁ ଏହି ସିନ୍ଦୂର ଲଗାଇଥାନ୍ତି । ହିନ୍ଦୀ ଚଳଚିତ୍ର ଜଗତରରେ ଆଜିବି ରେଖା ତାଙ୍କର ଫ୍ୟାନ୍ସ ମାନଙ୍କ ପାଇଁ ପ୍ରଥମ ସ୍ଥାନରେ ଅଛନ୍ତି । ପରଦା ପଛରେ ତାଙ୍କ ଜୀବନ କାହାଣୀ ବିଷୟରେ ବହୁତ କମ ଲୋକ ଜାଣନ୍ତି । ରେଖାଙ୍କର ବିବାହ ହେଇଥିଲା ସତ କିନ୍ତୁ ତାଙ୍କୁ ସ୍ବାମୀଙ୍କ ସୁଖ ମିଳିପାରିନାହିଁ ।

ସ୍ଵାମୀ ମୁକେଶ ଅଗ୍ରୱାଲ ଜୀବନ ହାରିଥିଲେ । କଳାକାର ବିନୋଦ ମେହେରାଙ୍କ ସହ ରେଖାଙ୍କ ବିବାହର ଖବର ମିଳିଥିଲା । କିନ୍ତୁ ଏହି ତଥ୍ୟ ମିଥ୍ୟା ବୋଲି ଦର୍ଶଯାଇଥିଲା । ରେଖା ସବୁବେଳେ ପ୍ରକୃତ ପ୍ରେମର ଅନ୍ଵେଷଣରେ ରହିଲେ କିନ୍ତୁ ତାଙ୍କୁ ଏହା ଏବେଯାଏ ମିଳି ପାରିଲାନି । ହେଲେ ସବୁବେଳେ ରେଖା ମଥାରେ ସିନ୍ଦୁର ପିନ୍ଧନ୍ତି ଯାହାର ରହସ୍ୟ ଆଜିବି କେହି ଜାଣି ନାହାଁନ୍ତି  । ସ୍ୱାମୀର ମୃତ୍ୟ ପରେ ବି ସେ ମଥାରେ ସିନ୍ଦୁର ପିନ୍ଧୁଛନ୍ତି ।  ତେବେ  ରେଖାଙ୍କ ଆତ୍ମକାହାଣୀ “ରେଖା: ଦ ଅନଟୋଲ୍ଡ ଷ୍ଟୋରି” ରେ ତାଙ୍କ ଜୀବନ ସହ ଜଡିତ ସମସ୍ତ ରହସ୍ୟର ଖୁଲାସା ହେଇଯାଇଥିଲା । ଏହି ବହି ୟାସିର ଉସ୍ମାନ ଲେଖିଥିଲେ । ବହିଟି ବଜାରକୁ ଆସିବା ପରେ ଏହି କଥା ଖେଳିଗଲା ଯେ ରେଖା ସଞ୍ଜୟ ଦତ୍ତଙ୍କ ପାଇଁ ସିନ୍ଦୁର ଲଗାଉଛନ୍ତି । ଏମିତି ସେ ବହିରେ ଲେଖା ହେଇଛି ବୋଲି କୁହାଯାଉଛି । ଏହି ଘଟଣା ପରେ ୟାସିର ଉସ୍ମାନ ନିଜେ ଜନତାଙ୍କ ସମୁଖକୁ ଆସି କହିଲେ ଯେ ଏହା ସମ୍ପୂର୍ଣ ମିଥ୍ୟା ଅଟେ । ସେ ସଞ୍ଜୟ ଦତ୍ତ ଓ ରେଖାଙ୍କ ସମ୍ପର୍କକୁ ନେଇ ସମ୍ପୂର୍ଣ ତଥ୍ୟ ଦେଇଥିବା ସହ ଲୋକଙ୍କୁ ଉପଦେଶ ଦେଇଥିଲେ ଯେ ବହିଟିକୁ ଠିକରେ ପଢନ୍ତୁ । ସେ କହିଥିଲେ ୧୯୮୪ ରେ ଆସିଥିବା ଚଳଚିତ୍ର “ଜମିନ ଆସମାନ”ରେ ରେଖା ଓ ସଞ୍ଜୟ ଦତ୍ତ ଏକାଠି କାମ କରିଥିଲେ ।

ଏହି ଚଳଚିତ୍ରରେ ତାଙ୍କର ସମ୍ପର୍କ ବିଷୟରେ ଖବର ଆସୁଥିଲା । ଏମିତିକି ଏହି ପ୍ରଚାର ହୋଇଯାଇଥିଲାକି ସେମାନେ ବିବାହ କରିନେଇଥିଲେ । ଏହି ଘଟଣାକୁ ସଞ୍ଜୟ ଦତ୍ତ ପରେ ମିଥ୍ୟା ବୋଲି କହିଥିଲେ । ୟସିର ସଫା ସଫା କହିଥିଲେ କି ସଞ୍ଜୟ ଦତ୍ତ ଓ ରେଖା କେବେବି ବିବାହ କରିନଥିଲେ । ଅର୍ଥାତ ରେଖାଙ୍କ ଆତ୍ମକାହାଣୀରେ ଏମିତି କିଛିବି ଲେଖା ହୋଇ ନାହିଁ । ସଞ୍ଜୟ ନିଜର ବ୍ୟକ୍ତିଗତ ଜୀବନରେ ଚିନ୍ତିତ ଥିବାରୁ ରେଖା ତାଙ୍କୁ ସାହାଯ୍ୟ କରିଥିଲେ, କାରଣ ସେ ମଧ୍ୟ ଏମିତି ଅସୁବିଧାର ସମ୍ମୁଖୀନ ହେଇସାରିଥିଲେ ।ସେହିପରି ରେଖାଙ୍କ ମଥାରେ ଚମକୁଥିବା ସିନ୍ଦୁର ଆଜି ବି ଏକ ରହସ୍ୟ ହୋଇ ରହି ଯାଇଛି । ଏହାକୁ ନେଇ ଦୀର୍ଘ ସମୟ ଧରି କଂଟ୍ରୋଭର୍ସି ମଧ୍ୟ ଚାଲିଛି । ସମସ୍ତଙ୍କ ମନରେ ଖାଲି ଗୋଟିଏ ରେଖାଙ୍କ ମଥାରେ ଚମକୁଥିବା ସିନ୍ଦୁର କାହାର । ଯଦିଓ ଏସଂପର୍କରେ ରେଖା ସଫେଇ ଦେଇ କହିଥିଲେ କି, ସେ ସୁଟିଂରୁ ସିଧା ରେଖା ଋଷି କପୂର ଏବଂ ନୀତୁ ସିଂହଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଆଉ ସେ ତାଙ୍କ କଷ୍ଟ୍ୟୁମ ବଦଳାଇବାକୁ ଭୁଲିଯାଇଥିଲେ । ତେବେ ସେ ଯାହା ହେଉନା କାହିଁକି ଆଜିବି ରେଖା ସିନ୍ଦୂର ଏବଂ ମଙ୍ଗଳସୂତ୍ରରେ ନଜର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *