କେବେ ମିଳିବ ଅସହାୟ ମହେଶ୍ୱର ଓ ତାଙ୍କ କୁନି ନାତିକୁ ପ୍ରଶାସନର ସାହାର୍ଯ୍ୟ ?
1 min readଗୋପ ; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଅସହାୟ ଲୋକମାନଙ୍କ ପାଇଁ ମାଳ ମାଳ ଯୋଜନା ଥିଲା ବେଳେ ଏହି ଯୋଜନା ପ୍ରକୃତ ଗରିବ ପାଖରେ ପହଞ୍ଚୁ ନାହଁ । ଯାହା ଫଳରେ ନିରୀହ ଗରିବ ଲୋକ ପେଟ ଚାଖଣ୍ଡ ପାଇଁ ଜୀବନ ବଞ୍ଚାଇବା ଲାଗି ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି । ଆମ ପ୍ରତିନିଧି ଯିବା ବାଟରେ ହଠାତ ନଜର ପଡିଥିଲା ଏକ ନିରୀହ ଛୋଟ ବାଳକ ତାର ୭୦ ବର୍ଷର ଅଜାକୁ ଏକ ଠେଲା ଗାଡ଼ିରେ ଠେଲି ନେଇ ଗାଁ ଗାଁ ବୁଲି ଭିକ୍ଷା କରୁଥିବାର । ପରେ ସମସ୍ୟା ଉପରେ ଆମ ପ୍ରତିନିଧି ବୁଝିଥିଲେ ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ର ଛୋଟ ରାୟ ପୁର ଗ୍ରାମର ମହେଶ୍ବର ପାତ୍ର ବୟସ ୭୦ ରୁ ଉର୍ଦ୍ଧ୍ବ ନାତି ଆଶିଷ ପାତ୍ର ବୟସ ( ୮ )। ଯେଉଁ ବୟସରେ ଆଶୀଷ ପାଠ ପଢା ସହିତ ଖେଳକୂଦ କରିବା କଥା ସେହି ବୟସରେ କରୁଛି ଭିକ୍ଷାବୃତ୍ତି । ଅର୍ଥ ଅଭାବ ରୁ ପିଲାଟି ଭଲ ବସ୍ତ୍ର ପିନ୍ଧିବା , ଭଲ ଚପଲ ବିନ୍ଧିବା ଦୋକାନକୁ ମନ ପସନ୍ଦିଆ ଚକେଲେଟ ,ବିସ୍କୁଟ କିଣି ଖାଇବା ତାର ପାଖରେ ସାତ ସପନ ପାଲଟିଥିବା ବେଳେ ଜୀବନର ପ୍ରଥମ ପାହାଚରେ କରୁଛି ଭିକ୍ଷାବୃତ୍ତି । ଖାଲି ପାଦରେ ଚାଲି ଚାଲି ଅଜା କୁ ନେଇ ଠେଲା ଗାଡି ପେଲି ଟାଣ ଖରାରେ ଗାଁ ଗାଁ ବୁଲି ଭିକ୍ଷା କରୁଛି ଛୋଟ ବାଳକ ଆଶିଷ । ନା ମନରେ ଅଛି ଖୁସି ନା ଆନନ୍ଦ । ଗାଁରେ ଭିକ୍ଷା କରିବା ସମୟରେ କିଏ ଦୟା ଦେଖାଇ ବିସ୍କୁଟ ଦେଲା ବେଳେ କିଏ ଦେଉଛି ଚକଲେଟ । କିଏ ସ୍ନେହରେ ମୁଣ୍ଡରେ ହାତ ମାରି ଦେଉଥିବା ବେଳେ କିଏ ଆଉଁସି ଦିଏ। କିଏ ଦଶ ଟଙ୍କା ଦେଉଥିବା ବେଳେ କିଏ ଦେଉଛନ୍ତି ପାଞ୍ଚ ଟଙ୍କା । ବୃଦ୍ଧା ମହେଶ୍ବର ଙ୍କର ନାହିଁ ରାସନ କାର୍ଡ କି ନାହିଁ ଭତା । କାକଟପୁର ଅଞ୍ଚଳର ଜଣେ ସହୃଦୟ ବ୍ୟକ୍ତି ଏପରି ଅବସ୍ଥା ଦେଖି ତିନି ଚକିତ ଠେଲା ଗାଡି ଦେଇଥିବାରୁ ଯିବା ଆସିବା ରେ ସାହାଯ୍ୟ କରୁଛି ।ଯେଉଁ ଦିନ ଭିକ୍ଷା କଲେ ଚଳନ୍ତି ନ କଲେ ଉପାସରେ ଶୋଇ ପଡ଼ନ୍ତି ଅଜା ନାତି । ସରକାର ଙ୍କ କୌଣସି ଯୋଜନା ପାଉନାହାନ୍ତି ବୋଲି କହିଛନ୍ତି ବୃଦ୍ଧା ମହେଶ୍ବର ।
କିନ୍ତୁ ଦୁଃଖର ବିଷୟ ସରକାର ଙ୍କ ଗରିବ ଯୋଜନା କାହାପାଇଁ । ଏହି ବୁଢ଼ା ବୟସରେ ଆଠ ବର୍ଷ ର ନାତିର ସାହାଯ୍ୟ ରେ ବିଭିନ୍ନ ଗ୍ରାମରେ ବୁଲି ଭିକ୍ଷାବୃତ୍ତି କରି ଚଳନ୍ତି ଦୁଇ ପରିବାର ।ଏହି ବୁଦ୍ଧା କୁ କାକଟପୁର ବ୍ଲକ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ କଲେ ଦୁଇ ପରିବାର ବଞ୍ଚିବା ସହିତ କୁନି ପିଲାର ମୁହଁରେ ଖୁସି ଫେରିଯାଆନ୍ତା ବୋଲି ଗୋପ ଅଞ୍ଚଳର ସମାଜସେବୀ କହିଛନ୍ତି ।