Pratidin TV

Odisha's Digital News Platform

କେବେ ଫେରିବେ ସୁନୀତା..ସମୟ ଗଡ଼ିବା ସହ ବିପଦ ମଧ୍ୟ ବୃଦ୍ଧି ପାଉଛି

1 min read

ଇତିହାସ ରଚିବାକୁ ଯାଇ ମହାକାଶରେ ଜୀବନ ଯୁଦ୍ଧ ଜାରି ରଖିଛନ୍ତି ସୁନୀତା। ବୋଇଂ ଷ୍ଟାରଲାଇନରେ ମହାକାଶ ମିଶନରେ ଯାଇଥିବା ସୁନୀତାଙ୍କ ପୃଥିବୀକୁ ଫେରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ’ଣ ହେବ ଭାରତୀୟ ଆମେରିକୀୟ ମହାକାଶଚାରିଣୀ ସୁନୀତା ୱିଲିୟମସଙ୍କ ଭାଗ୍ଯ।

ଗତ ଜୁନ ୫ରେ ଏହି ସ୍ପେସକ୍ରାଫ୍ଟକୁ ମହାକାଶ ଛଡାଯାଇଥିଲା। ଏହି ଅଭିଯାନ ମାତ୍ର ୭ ଦିନ ଲାଗି ଉଦ୍ଦିଷ୍ଟ ଥିଲା। ମାତ୍ର ଷ୍ଟାରଲାଇନରର ସର୍ଭିସ ମଡ୍ଯୁଲରେ ତ୍ରୁଟି କାରଣରୁ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛି। କକ୍ଷପଥରେ ସ୍ପେସକ୍ରାଫ୍ଟର ଆୟୁଷ ୪୫ ଦିନ ରହିଛି। ସୁନୀତାଙ୍କ ସହ ସହଯୋଗୀ ମହାକାଶଚାରୀ ଅଛନ୍ତି ବଚ୍ ୱିଲମୋର। ସ୍ପେସକ୍ରାଫ୍ଟକୁ ଆମେରିକାର କେପ କାନାଭେରାଲ ଷ୍ଟେସନରୁ ଲଞ୍ଚ କରାଯାଇଥିଲା। ମାତ୍ର ମହାକାଶରେ ଏହାର ରିଆକ୍ସନ କଣ୍ଟ୍ରୋଲ ସିଷ୍ଟମ ବା ଆରସିଏଫ ଅକାମି ହୋଇଯାଇଥିଲା। ଫଳରେ ମହାକାଶ ଅଭିଯାନର ସମୟ ବଢାଯିବା ସହ ସେମାନେ ନିରାପଦରେ କିପରି ପୃଥିବୀ ପୃଷ୍ଠକୁ ଫେରିବେ ସେଥିଲାଗି ବୈଜ୍ଞାନିକମାନେ ଆପ୍ରାଣ ଉଦ୍ଯମ ଜାରି ରଖିଛନ୍ତି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଳମ୍ବ କାରଣରୁ ବୋଇଂ ଷ୍ଟାରଲାଇନର ବିସ୍ଫୋରଣ ହେବନାହିଁ ତ। ପୂର୍ବରୁ ଗତ ୨୦୧୯ରେ ଷ୍ଟାରଲାଇନର ବି କକ୍ଷପଥରେ ପହଞ୍ଚିବାରେ ଅକ୍ଷମ ହୋଇଥିଲା। ତେବେ ସେଥିରେ କେହି ମହାକାଶଚାରୀ ନଥିଲେ।

ମହାକାଶରେ ମାଧ୍ଯାକର୍ଷଣ ଶକ୍ତିର ଅଭାବ ଯୋଗୁ ଶରୀରର ତରଳ ପଦାର୍ଥ ଦୁର୍ବଳ ହୋଇଯାଏ ଏବଂ ଶରୀରର ବିଭିନ୍ନ ଅଂଶକୁ ଏହା ପ୍ରସାରିତ ହେଇପାରି ନଥାଏ। ଏହାର ପ୍ରଭାବ କିଡନୀ ଉପରେ ପଡିଥାଏ। ଫଳରେ ଡିହାଇଡ୍ରେସନ ସମେତ ଅନ୍ଯାନ୍ଯ ପ୍ରତିକୂଳ ପ୍ରଭାବ ଶରୀର ଉପରେ ପଡିଥାଏ ଯାହା ବିପଦପୂର୍ଣ୍ଣ।

ସୂଚନା ଅନୁସାରେ, ଅତୀତରେ ଭାରତୀୟ-ଆମେରିକୀୟ ମହାକାଶଚାରୀ କଳ୍ପନା ଚାୱଲା ୧ ଫେବ୍ରୁଆରୀ ୨୦୦୩ରେ ପୃଥିବୀ ପୃଷ୍ଠକୁ ଫେରୁଥିବାବେଳେ ସ୍ପେସ ସଟଲ କଲମ୍ବିଆ ବାୟୁମଣ୍ଡଳରେ ମିଳାଇଯିବାରୁ କଳ୍ପନାଙ୍କ ସମେତ ୭ ଜଣଙ୍କର ପ୍ରାଣହାନି ଘଟିଥିଲା ।

Leave a Reply

Your email address will not be published. Required fields are marked *