Pratidin TV

Odisha's Digital News Platform

କୁଆଡେ ଗଲା ଅଙ୍କିତାଙ୍କ ଫୋନ୍ ଭିଡିଓ ? ଭରତପୁର ସତ କେବଳ ୭ ଜଣ ଜାଣିଛନ୍ତି …

1 min read

ସାରା ରାଜ୍ୟରେ ଆଉ ପୁରା ଦେଶରେ ଏବେ ଭରତପୁର ଝଡ । ପୋଲିସ ଥାନାରେ ଜଣେ ମେଜର ଆଉ ତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ ଏବେ ତେଜିଛି ରାଜଧାନୀ । ତେବେ ସମୃକ୍ତ ଘଟଣାରେ ଗୋଟେ ପରେ ଗୋଟେ ଭିଡିଓ ଭାଇରାଲ ହେବାପରେ ଘଟଣାରେ ନୂଆ ନୂଆ ଗୁମର ଖୋଲିବାରେ ଲାଗୁଛି । ସେଦିନ ରାତିରେ ଥାନାରେ ଅଙ୍କିତାଙ୍କ ସହ କଣ ହୋଇଥିଲା ତାହା କେବଳ ଅଙ୍କିତା ଆଉ ମେଜର , ଥାନାରେ ଥିବା ଷ୍ଟାପ୍ ମାନେ ହିଁ ଜାଣିଛନ୍ତି । ସେମାନଙ୍କ ଛଡା ଯିଏବି ମନ୍ତବ୍ୟ ଦେଉଛନ୍ତି ସେମାନେ କେବଳ ଅନୁମାନ ହିଁ ଲଗାଉଛନ୍ତି ।

ଆଜି ପର୍ଯ୍ୟନ୍ତ ଅଙ୍କିତାଙ୍କର ଯେତିକି ଭିଡିଓ ଭାଇରାଲ ହୋଇଛି ସବୁ ପୋଲିସ କରିଥିବା ରେକଡିଂ କିମ୍ବା ଚନ୍ଦକା ରାସ୍ତାରେ ଗଣ୍ଡଗୋଳ କରିଥିବା ଯୁବକ ମାନେ କରିଥିବା ରେକଡିଂ । କିନ୍ତୁ ସେହି ଭିଡିଓରେ ଦେଖାଯାଉଛି ଯେ ଅଙ୍କିତା ମଧ୍ୟ ନିଜ ଫୋନ ଧରି ସମୃକ୍ତ ଘଟଣା ନିଜ ମୋବାଇଲରେକଏଦ୍ କରିଥିଲେ । କିନ୍ତୁ ତାଙ୍କ ଫୋନ ଆଉ ସେହି ରେକଡିଂ ଗଲା କୁଆଡେ ? ଭରତପୁର ଥାନାରେ ଡ୍ୟୁଟି ସମୟରେ ପୋଲିସ ମ୍ୟାଡାମ୍ ନାଇଟି ପିନ୍ଧା କଥା ହେଉ କିମ୍ବା ଅଙ୍କିତାଙ୍କୁ ନିର୍ଯାତନା ଦେଇଥିବା କଥା ହେଉ ସେ ସବୁର ରେକଡିଂ କୁଆଡେ ଗଲା । ଅଙ୍କିତାଙ୍କୁ ମାଡ ମାରି ଲକଅପ୍‌ରେ ବନ୍ଦ କରାଯିବା ପୂର୍ବରୁ ପୋଲିସ ନିଶ୍ଚିତ ସେମାନଙ୍କ ଫୋନ ଜବତ୍ କରିଥିବ ତେବେ ସେହି ଫୋନ ଆଉ ରେକଡିଂ ହିଁ ସଇପ୍ଟେମ୍ବର ୧୪ ରାତିର ସବୁ ଗୁମର ଫିଟାଇ ପ୍ରକୃତ ଦୋଷୀକୁ ଦଣ୍ଡଦେଇପାରିବ ।

Advertisement

Leave a Reply

Your email address will not be published. Required fields are marked *