Pratidin TV

Odisha's Digital News Platform

କେଉଁଠି ରହିବେ ନୂଆ ମୁଖ୍ୟମନ୍ତ୍ରୀ ?

1 min read

ଭୁବନେଶ୍ୱର ; ବଦଳିଛି ନବୀନ ଯୁଗ । ରାଜ୍ୟର ରାଜନୀତିରେ ଦୀର୍ଘ ୨୪ ବର୍ଷ ପରେ ହୋଇଛି ବଡ ପରିବର୍ତ୍ତନ । ବିଜେଡି ଗଡକୁ ହାତେଇ ନେଇଛି ବିଜେପି । ଓଡିଶାରେ ବିଜେପି ନିର୍ବାଚନ ଜିତିବା ସହ ମୋହନ ଚରଣ ମାଝୀ ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିସାରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ରହିବେ କେଉଁଠି । ରାଜ୍ୟରେ ସେମିତି କିଛି ମୁଖ୍ୟମନ୍ତ୍ରୀ ନିବାସ ଅଛି କି ? କାରଣ ସରକାରୀ ଭାବେ ଓଡ଼ିଶାରେ ଗତ ୨୪ ବର୍ଷ ହେଲା କୌଣସି ନିର୍ଦ୍ଦିଷ୍ଟ ଆବାସ ନାହିଁ ।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ନିଜ ପୈତୃକ ଘରେ ରହି କାର୍ଯ୍ୟ ପରିଚାଳନା କରୁଥିଲେ । ସେ କୌଣସି ସରକାରୀ ବାସଭବନ ନେଇ ନଥିଲେ ।

Advertisement

ଏପରିକି ତାଙ୍କ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନେ ରାଜଭବନ ଏବଂ ଏଜି ସ୍କୋୟାର ମଧ୍ୟରେ ଅବସ୍ଥିତ ଏକ ସରକାରୀ କ୍ବାର୍ଟର୍ସରେ ରହୁଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରଠୁ ଏହି କ୍ବାର୍ଟର୍ସ କାହାକୁ ଦିଆଯାଇନଥିଲା । ପରେ ଏହାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଥିଲେ ନବୀନ ।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଏବେ ରାଜ୍ୟ ଅତିଥି ଭବନରେ ହିଁ ରହିବେ । ସେ ଚାହିଁଲେ ଯେକୌଣସି ସ୍ଥାନରେ ସରକାରୀ ଆବାସକୁ ନିଜର ଆବାସ ଭାବେ ଗ୍ରହଣ କରିପାରିବେ ।

Leave a Reply

Your email address will not be published. Required fields are marked *