ପ୍ରଶାନ୍ତ ଜଗଦ୍ଦେବଙ୍କୁ କାହିଁକି ମିଳିଲା ବେଲ୍ , ଓକିଲ ଦେଲେ ଉତ୍ତର …
1 min readଖୋର୍ଦ୍ଧା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଅନ୍ତରୀଣ ଜାମିନ। ପ୍ରଶାନ୍ତଙ୍କୁ୩ ଦିନ ପାଇଁ ଅନ୍ତରୀଣ ଜାମିନ ଅନ୍ତରୀଣ ଜାମିନ ମିଳିଛି। ୯ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କ ଓକିଲ କହିଛନ୍ତି ଯେ, ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଏଡିଜେ-୨ କୋର୍ଟ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ, ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।
ବୁଥ୍ ଭଙ୍ଗାରୁଜା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ। ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଭଙ୍ଗାରୁଜା ନେଇ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରି ଗିରଫ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮ ହଜାର ୫୯୮ ଭୋଟରେ ପରାଜିତ କରିଥିଲେ।