Pratidin TV

Odisha's Digital News Platform

୫ଟିଫିନରୁ ଉଦ୍ଧାର ହେଲା ବୋମା, ଟଳିଗଲା ବଡ ବିପଦ..

1 min read


ଅଳ୍ପକେ ଟଳିଗଲା ବଡ ଅଘଟଣ । କମ୍ବିଂ ଅପରେସନ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ । ମାଲକାନଗିରି କମାରଗୁଡା ଜଙ୍ଗଲରୁ ଠାବ ଳହେଲା ୫ଟି ଟିଫିନ ବୋମା । ଏହାକୁ ପୁଣି ଜବତ କରିଛନ୍ତି ବିଏସଏଫ ଯବାନ । ସେହି ଅଞ୍ଚଳରେ କୁମ୍ବିିଂ ଅପରେସନ କରୁଥିବା ବେଳେ ମେଟଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବୋମାଗୁଡିକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଖବର ଦିଆଯିବା ପରେ ଘଟଣାସ୍ଥଳରେ ଉଦ୍ଧାର ବମଗୁଡିକୁ ନିଷ୍କ୍ରିୟ କରାଯାଇଥିଲା । ଛତିଶଗଡ ପାଖକୁ ଲାଗି ରହିଥିବା ଏହି ଅଞ୍ଚଳରେ ସେନାକୁ ଟାର୍ଗେଟ କରି ନକ୍ସଲମାନେ ଏଭଳି କାଣ୍ଡ ଭିଆଉଛନ୍ତି । ଯବାନଙ୍କୁ ମୁଣ୍ଡ ନେବା ପାଇଁ ନୂଆ ଷଡଯନ୍ତ୍ର କରୁଛନ୍ତି ନକ୍ସଲ । ତେବେ ଆଜି ଘଟିବାକୁ ଥିବା ବଡ ଅଘଟଣ ଠଳି ଯାଇଛି ସତ ହେଲେ ପୁଣି ଥରେ ଏଭଳି କାଣ୍ଡ ଭିଆଇବା ନେଇ ରହିଛି ସନ୍ଦେହ ।

Advertisement

Leave a Reply

Your email address will not be published. Required fields are marked *