Pratidin TV

Odisha's Digital News Platform

ଗୋଟେ ପଟେ ମୋଦି ନେଉଥିଲେ ଶପଥ ଅନ୍ୟପଟେ ଜଳିଗଲା ବିଜେପି ପାର୍ଟି ଅଫିସ

1 min read

ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ | ତେବେ ଗୋଟେ ପଟେ ମୋଦିଙ୍କ ଶପଥ ଉତ୍ସବ ଚାଲିଥିବା ବେଳେ ଅନ୍ୟପଟେ ଘଟି ଯାଇଛି ଅଘଟଣ | ହୁତୁହୁତୁ ହୋଇ ଜଳିଗଲା ବିଜେପି ପାର୍ଟି ଅଫିସ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ମାତ୍ରେ ବିଭିନ୍ନ ସହରରେ ବିଜେପି କର୍ମୀମାନେ ଉତ୍ସବ ପାଳନ କରିଥିଲେ | ସେହିପରି ଭାବରେ ଇନ୍ଦୋରରେ ବିଜେପି ପାର୍ଟି ଅଫିସରେ ମଧ୍ୟ ବାଣ ଫୁଟାଇ ଉତ୍ସବରେ କରୁଥିଲେ ପାଳନ | କିନ୍ତୁ ଏହି ବାଣ ଫୁଟାଇବା ସମୟରେ ହଠାତ ବାଣ ଫୁଟିବାରେ ଲାଗିଥିଲା | ଏହି ଅଗ୍ନିକାଣ୍ଡଟି ଚତୁର୍ଥ ମହଲରେ ହୋଇଥିଲା | ଏହି ମହଲାରେ କିଛି ସୋଫା ଏବଂ ଗଦା ସହିତ ପୁରୁଣା ଜିନିଷ ଏଠାରେ ରଖାଯାଇଥିଲା | ଏହି କାରଣରୁ ବାଣ ଫୁଟିବା ପରେ ନିଆଁ ବଢ଼ିଯାଇ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା | ତେବେ ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରି ହୋଇପାରିନଥିଲା |

Advertisement

ପୋଲିସ ଏବଂ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ବିଲ୍ଡିଂର ଅନ୍ୟ ମହଲାରେ ପହଞ୍ଚିବା ପୂର୍ବରୁ ନିଆଁ ଶୀଘ୍ର ଲିଭାଯାଇଥିଲା। ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇବା ପାଇଁ ୩0 ହଜାର ଲିଟରରୁ ଅଧିକ ପାଣି ବ୍ୟବହୃତ ହୋଇଥିଲା |

Leave a Reply

Your email address will not be published. Required fields are marked *