Pratidin TV

Odisha's Digital News Platform

ଅନଲାଇନରେ ଗେମ ଖେଳୁଥିଲେ…ଆସିଲା ମେସେଜ ନେଇଗଲା ଛାତ୍ରଙ୍କ ଜୀବନ

1 min read

ଦିନକୁ ବଢି ବଢି ଚାଲିଛି ସାଇବର ଠକେଇ |ଏବଂ ଏହି ଠକେଇ ଛୋଟରୁ ବଡ଼ ସମସ୍ତଙ୍କ ସହ ହେଉଥିବାର ଦେଖିବାକୁ ମିଳୁଛି | ଟେକ୍ନଲୋଜି ଦ୍ରୁତ ଗତିରେ ବଢୁଥିବା ସମୟରେ ସାଇବର ଠକେଇ ମଧ୍ୟ ବଢି ଚାଲିଛି | ତେବେ ନାଲାସୋପରର ଘଟିଛି ଏପରି କିଛି ଘଟଣା | ଜଣେ ୧୮ବର୍ଷୀୟ ଛାତ୍ର ମୋବାଇଲରେ ଗେମ ଖେଳୁଥିବା ସମୟରେ ଆସିଲା ଏକ ଲିଙ୍କ ଯାହାକୁ କ୍ଲିକ କରିବା ପରେ କଟିଯାଇଥିଲା ୨ ଲକ୍ଷ ଟଙ୍କା | ଏବଂ ସଙ୍ଗେ ସଙ୍ଗେ ବ୍ୟାଙ୍କ ମେସେଜ ଆସିଥିଲା ଯେ, ଟଙ୍କା କଟିଯାଇଛି | ଯେଉଁଥିରେ ଛାତ୍ର ଜଣକ ଡରିଯାଇ ନିଜ ଜୀବନ ନେଇଯାଇଥିଲେ |

ତେବେ ସୂଚନା ଅନୁସାରେ ନାଲାସୋପରର ଜଣେ ୧୮ବର୍ଷୀୟ ଛାତ୍ର ପରିବାର ଲୋକଙ୍କ ସହ ରହୁଥିଲେ | ଛାତ୍ର ଜଣକ ଏକାଦଶ ଶ୍ରେଣୀରେ ପାଠ ପଢୁଥିଲେ | ତେବେ ବୁଧବାର ଦିନ ମା’ ଙ୍କ ଫୋନରେ ଅନଲାଇନ ଗେମ ଖେଳୁଥିଲେ | ଏହି ସମୟରେ ମୋବାଇଲ ଫୋନରେ ଆସିଥିଲା ଏକ ଲିଙ୍କ | ଛାତ୍ରଜଣଙ୍କ ସେ ଲିଙ୍କରେ ଅଜାଣତରେ କରିଦେଇଥିଲେ କ୍ଲିକ | ପରବର୍ତ୍ତୀ ସେ,ମମୟରେ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା କଟିଯାଇଥିଲା | ଏହାପରେ ଆକାଉଣ୍ଟରୁ ଟଙ୍କା କାଟିଥିବା ନେଇ ମେସେଜ ଆସିଥିଲା |

Advertisement

ଏହାପଏ ଛାତ୍ର ଜଣକ ଦେଖି ଡରିଯାଇଥିଲେ | ଏବଂ ଘରେ କ’ଣ କହିବେ, ଗାଳି କରିବା ଭାବି ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ | ଯାହାଫଳରେ ଅଧିକ ଭାବି ସେ କୀଟନାଶକ ଔଷଧ ଖାଇ ନିଜ ଜୀବନ ହାରିଦେଇଥିଲେ | ବିଷାକ୍ତ ଔଷଧ ଖାଇଦେବା ପରେ ଛାତ୍ର ଜଣକ ପାଟିରୁ ଫେଣ ବାହାରିବାକୁ ଲାଗିଥିଲା | ଯାହା ମା ଦେଖିବା ପରେ ତୁରନ୍ତ ପଡୋଶୀ ସହ ମିଶି ସ୍ଥାନୀୟ ଅଞ୍ଚଳ ମେଡିକାଲକୁ ନେଇଥିଲେ | ସେଠାରେ ଚିକିହ ଧୀନ ଅବସ୍ଥାରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା |

Leave a Reply

Your email address will not be published. Required fields are marked *