Pratidin TV

Odisha's Digital News Platform

ସୁଟିଂ ବେଳେ ଆହତ ହେଲେ ଅଭିନେତା ଶ୍ରୀତମ..

ହସ୍ପିଟାଲ ବେଡରେ ଶ୍ରୀତମ ଦାସ। ଫିଲ୍ମ ସୁଟିଂ ବେଳେ ଓଲିଉଡର ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା । ଏହି ସମୟରେ ଶ୍ରୀତମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୀର୍ଘବର୍ଷ ହେଲା ଓଲିଉଡରେ କାମ କରି ଆସୁଛନ୍ତି ଶୀତମ । ଅନେକ ଫିଲ୍ମର ନାୟକ ଏବଂ ଖଳ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଶ୍ରୀତମଙ୍କର ଆଘାତ କେତେ ଗୁରୁତର ତାହା ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିବ । ଏନେଇ କୌଣସି ଖବର ମିଳି ନାହିଁ ।

Leave a Reply

Your email address will not be published. Required fields are marked *