Pratidin TV

Odisha's Digital News Platform

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା ; ୟୁ-ଟର୍ନ ନେବାବେଳେ ସ୍କୁଟିକୁ ୧୦୦ ମିଟର ଘୋଷାଡି ନେଲା କାର …..

ଭୁବନେଶ୍ୱର ; ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ୍ ନିକଟରେ ଭୟଙ୍କର ଦୁର୍ଘଟଣା । ସ୍କୁଟି ଓ କାର ଧକ୍କାରେ ଗାଡି ଚୁରମାର । ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଉତ୍କଳ ହସ୍ପିଟାଲ୍ ନିକଟରେ ସ୍କୁଟିଟି ୟୁ ଟର୍ନ ନେଉଥିବା ବେଳେ କାର୍ଟି ଏହାକୁ ପଛ ପଟୁ ପିଟି ୧୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍କୁଟିଟି ଚୁରମାର ହୋଇଯିବା ସହ କାରର ସମ୍ମୁଖ ଭାଗ ମଧ୍ୟ ନଷ୍ଟ ହୋଇଯାଇଛି ।

ତେବେ ସ୍କୁଟି ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Leave a Reply

Your email address will not be published. Required fields are marked *