Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର , ନାଲି ବଦଳରେ କୁନି ଝିଅ ଦେହରୁ ବାହାରିଲା ଧଳା ରକ୍ତ

ନୂଆଦିଲ୍ଲୀ : କୁନି ଝିଅ ଦେହରୁ ବାହରୁଛି ନାଲି ବଦଳରେ ଧଳା ରକ୍ତ । ଆଶ୍ଚର୍ଯ୍ୟ ଲାଗିଲେବି ଘଟଣାଟି ସତ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ସାହାଦା ଅଞ୍ଚଳର ଜଣେ ବ୍ୟକ୍ତି ଇମରାନ ଗତକାଲି ନିଜ ଦେଢ ବର୍ଷ ଝିଅ ଅନନ୍ୟାର ଦେହ ଖରାପ ହେବା ଯୋଗୁ ସାହାଦା ହସ୍ପିଟାଲକୁ ନେଇଯାଇଥିଲେ ।

ସେଠାରେ ଡାକ୍ତର ଅନନ୍ୟାକୁ ଦେଖି ସାଧାରଣ ଥଣ୍ଡା,ଜ୍ୱର ହୋଇଛି ବୋଲି କହିଲେ ଏବଂ ତା ସହ ଜ୍ୱର ପାଇଁ ରକ୍ତ ପରୀକ୍ଷା କରିବାକୁ କହିଲେ । ବାପା ଇମରାନ ସେଠାରେ ଏକ ଲ୍ୟାବ୍‌କୁ ଝିଅର ରକ୍ତ ପରୀକ୍ଷା ପାଇଁ ନେଇକି ଯାଇଥିଲେ । ଲ୍ୟାବରେ ଝିଅର ରକ୍ତ ସଂଗ୍ରହ ସମୟରେ ଝିଅ ଅନନ୍ୟାର ରକ୍ତ ନାଲି ବଦଳରେ ଧଳା ବାହାରିଥିଲା । ଯାହାକୁ ଦେଖି ଲ୍ୟାବ୍ କତ୍ତୃପକ୍ଷଙ୍କ ସହ ଡାକ୍ତର ଏବଂ ବାପା ଇମରାନ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥିଲେ ।

ତେବେ ସେଠିକାର ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଏକ ଅର୍ଭୁତ ଘଟଣା । ଯାହା ମହାରାଷ୍ଟ୍ରରେ ପ୍ରଥମଥର ଦେଖିବାକୁ ମିଳିଛି । ତେବେ ଏହି ଘଟଣାଟି ମହାରାଷ୍ଟ୍ରରେ ନିଆଁ ଭଳି ଖେଳିଯାଇଥିବା ବେଳେ ଅନନ୍ୟାଙ୍କ ପରିବାର ଲୋକେ ଏନେଇ ଚିନ୍ତାରେ ପଡିଯାଇଛନ୍ତି ।

Leave a Reply

Your email address will not be published. Required fields are marked *