Pratidin TV

Odisha's Digital News Platform

ନଳକୂପ ମାରିଲେ ବାହାରୁଛି କ୍ଷୀର,ବାଲଟି ପଲିଥିନିରେ ବୋହି ନେଉଛନ୍ତି ଲୋକେ…

1 min read

ନଳକୂପ ମାରିଲେ ବାହାରୁଛି କ୍ଷୀର । ବାଲଟି ପଲିଥିନିରେ ବୋହି ନେଉଛନ୍ତି ଲୋକେ । ନଳକୂପରୁ ପାଣି ବାହାରିବା ଏକ ସାଧାରଣ କଥା । ହେଲେ ନଳକୂପରୁ କ୍ଷୀର ବାହାରିବା ଖବର କେହି ବି ସହଜରେ ବିଶ୍ୱାସ କରିପାରିବେ ନାହି । ସେହିପରି କିଛିଦିନ ପୂର୍ବେ ସେହି ଉତ୍ତରପ୍ରଦେଶର ଏକ ସ୍ଥାନରୁ ନଳକୂପରେ ମଦ ବାହାରୁଥିବା ଖବର ଭାଇରାଲ ହୋଇଥିଲା । ସେହିପରି ଆଜି ନଳକୂପରୁ କ୍ଷୀର ବାହାରୂଥିବା ଖବର ସୋସିଆଲ ମିଡିିଆରେ ବେଶ ଭାଇରାଲ ହୋଇଛି । ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ମୋରାଦାବାଦରେ । ଏକ ବସ୍‌ଷ୍ଟାଣ୍ଡ ନିକଟରେ ଏକ ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ କ୍ଷୀର ବାହାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସ୍ଥାନୀୟ ଲୋକ ହ୍ୟାଣ୍ଡ ପମ୍ପକୁ ଦୈାଡୁଥିବା ଦେଖାଯାଉଛି । ଏହା ସହିତ ବୋତଲ ଏବଂ ପାତ୍ର ଭରିବାକୁ ଚେଷ୍ଟା କରୁଛନ୍ତି । ଖବର ପାଇ ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ଯାଞ୍ଚ ଆରମ୍ଭ କରିଥିଲେ । ଏହାପରେ ଘଟଣା ପଛର ସତ୍ୟତା ସାମ୍ନାକୁ ଆସିଥିଲା ।

ଏକ ଅନୁସନ୍ଧାନ ପରେ, ଏସଡିଏମ ସ୍ପଷ୍ଟ କରିଛନ୍ତି ଯେ ନଳକୂପରୁ ବାହାରୁଥିବା ଜଳ କ୍ଷୀର ନୁହେଁ । ବରଂ ଏହା ଏକ ପ୍ରଦୂଷକ । ହାଣ୍ଡପମ୍ପର କୌଣସି ଅଂଶ ଭାଙ୍ଗିଯିବା ଫଳରେ ତାହା ବହୁତ ତଳସ୍ତରକୁ ଚାଲିଯାଇଥିଲା । ଫଳରେ ଦୂଷିତ ପଦାର୍ଥ ପାଣି ସହିତ ବାହାରକୁ ଚାଲିଆସିଥିଲା । ତେବେ ଏହି ଘଟଣା ପରେ ଉକ୍ତ ହାଣ୍ଡପମ୍ପକୁ ସିଲ୍ କରିଦିଆଯାଇଥିଲା । ଏଥିସହିତ ଏହି ଦୂଷିତ ପାଣିକୁ ସେବନ ନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଥିଲା । ପରିସ୍ଥିତିର ମୁକାବିଲା ପାଇଁ ହ୍ୟାଣ୍ଡ ପମ୍ପର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ପୈାରସଂସ୍ଥା ନିଗମକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଡିଏମ କହିଛନ୍ତି ।

Leave a Reply

Your email address will not be published. Required fields are marked *