Pratidin TV

Odisha's Digital News Platform

କିଏ ସେହି ଭଗବାନ ଯାହାକୁ ଅଭିଶାପ ଦେଇ ମହାଦେବ କରିଦେଇଥିଲେ ପାରା?

1 min read

ଦେଶର ଅଧିକାଂଶ ଲୋକ ପାରା ରଖିବାକୁ ପସନ୍ଦ କରନ୍ତି । ତେବେ ଆପଣ ଜାଣିଛନ୍ତି କି ଘରେ ପାରା ରହିଲେ ତାହା ଶୁଭ ନା ଅଶୁଭ । ଆଉ ଯଦି ଆପଣଙ୍କ ଘରେ ପାରା ଅଣ୍ଡା ଦିଏ ତେବେ କଣ କରିବେ ଆପଣ । ପାରାକୁ ନେଇ କଣ କହୁଛି ହିନ୍ଦୁଙ୍କ ପୁରାଣ ଆସନ୍ତୁ ଜାଣିବା । ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବ ଜଣେ ଭଗବାନଙ୍କୁ ଅଭିଶାପ ଦେଇଥିଲେ । ଯାହାଫଳରେ ସେ ପାରାରେ ପରିଣତ ହୋଇ ଯାଇଥିଲେ । କୁହାଯାଏ ଯେ ଯୁଗଳ ପାରା ଦେଖିବାର ଅର୍ଥ ହେଉଛି ଶିବ ପାର୍ବତୀଙ୍କ ଦର୍ଶନ କରିବା ସହ ସମାନ ହୋଇ ଥାଏ । ସମସ୍ତଙ୍କ ଜୀବନରେ ସକାରାତ୍ମକ ଓ ନାକାରାତ୍ମକ ପ୍ରଭାବ ରହିଥାଏ । ମନୁଷ୍ୟଙ୍କ ପାଇଁ ଏଭଳି ଅନେକ ପଶୁପକ୍ଷୀ ଅଛନ୍ତି ଯିଏ ଶୁଭ ଅଶୁଭର ସଙ୍କେତ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାରାକୁ ଅତ୍ୟନ୍ତ ଶୁଭ ପକ୍ଷୀ ବୋଲି ଗଣନା କରାଯାଏ । ଯଦି ଆପଣଙ୍କ ଘରକୁ ପାରା ଆସି ତାର ପର ଛାଡିଯାଏ , ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ଖବର ଆସିବାର ସଙ୍କେତ ଦେଇଥାଏ । ଆପଣ ପାରାର ପରକୁ ଉଠାଇ ଏକ ନାଲି କପଡାରେ ବାନ୍ଧି ଦିଅନ୍ତୁ । ଏହାପରେ ନିଜର ଧନଗଭଣ୍ଡାର ଘରେ ସାଇତି ରଖନ୍ତୁ ।

ଏହା ଦ୍ୱାରା ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ । ଏହାଛଡା ଆପଣ ଯଦି ଋଣ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ପାରାର ୩ଟି ପରକୁ ଆଣନ୍ତୁ । ଏହି ପରକୁ ଘରର ତିନି କୋଣରେ ରଖି ଦିଅନ୍ତୁ । ଫଳରେ ଆପଣ ସବୁଦିନ ପାଇଁ ଋଣମୁକ୍ତ ହୋଇ ଯିବେ । ଏବଂ ଘରେ ସର୍ବଦା ସୁଖଶାନ୍ତି ଲାଗି ରହିବ । କହିବାକୁ ଗଲେ ପାରା ହେଉଛି ଶାନ୍ତିର ପ୍ରତୀକ । ଆପଣ ପାରା ରଖିଥିଲେ ନିଜ ଛାତ ଉପରେ କେବେ ବି ଦାନା ଦିଅନ୍ତୁ ନାହିଁ ।

Advertisement

ଏହା ଆପଣଙ୍କପରବିାର ପାଇଁ ଅତ୍ୟନ୍ତ କ୍ଷତି ହୋଇ ପାରେ । ସେହିପରି ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ ଅଟେ ଜାଣନ୍ତୁ । ତେବେ ବାସ୍ତୁ ଅନୁଯାୟୀ ଘରକୁ ପାରା ଆସିବା ବା ବସ କରିବା ଅତ୍ୟନ୍ତ ଶୁଭ ଅଟେ । ସର୍ବଦା ଘରର ଅଗଣାରେ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ । ପାରା ଘରେ ଅଣ୍ଡା ଦବା ଭଲ ଖବର ନୁହେଁ । କିନ୍ତୁ ଘରର ବାଲକୋନିରେ ଅଣ୍ଡା ଦେବା ଶୁଭ ଅଟେ । ଯାହାର ଅର୍ଥ ଆପଣ ଦେଖିଥିବା ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପାରାକୁ ଆଲୁମିନିୟମ ପାତ୍ରରେ ପାଣି ପିଇବାକୁ ଦିଅନ୍ତୁ ନାହିଁ । ପାରାକୁ ଖାଇବାକୁ ଗହ ଚାଉଳ ଆଦି ଦିଅନ୍ତୁ । ଧଳା ପାରା ଦେଖିବା ଅତ୍ୟନ୍ତ ଶୁଭ ଅଟେ ।

Leave a Reply

Your email address will not be published. Required fields are marked *