Pratidin TV

Odisha's Digital News Platform

T20 ରୁ ରୋହିତ ନେଲେ ସନ୍ୟାସ , କିଏ ହେବ ଅଧିନାୟକ ? ରେସ୍‌ରେ ଅଛନ୍ତି ଏହି ୫ ଖେଳାଳି ?

1 min read

ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ୨୦୨୪ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ଟାଇଟଲ ଜିତାଇବା ପରେ ରୋହିତ ଶର୍ମା ଏହି ସ୍ୱଳ୍ପ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ରୋହିତଙ୍କ ନେତୃତ୍ୱାଧୀନ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରକାକୁ ପରାସ୍ତ କରି ଦୁଇଥର ଟି-୨୦ ଡବ୍ଲୁସି ଚାମ୍ପିଅନ୍ ହୋଇଛି । ରୋହିତ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଏଥିôରୁ ସନ୍ୟାସ ନେଇଛନ୍ତି ।

ତେବେ ଏହି ପିଢୀର ସମାପ୍ତ ପରେ ଭାରତ ଖୁବ୍ ଶୀଘ୍ର ଏକ ନୂତନ ଟି-୨୦ ଅଧିନାୟକ ପାଇବ । ତେବେ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ ? ଏନେଇ କିଛି କ୍ରିକେଟରଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ତେବେ ଚାଲନ୍ତୁ ଜାଣିବା କିଏ ହେଇପାରେ ଆଗମୀ ଟି-୨୦ର ଅଧିନାୟକ ?

ହାର୍ଦ୍ଦିକ ପାଣ୍ଡ୍ୟା- ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ଉପ-ଅଧିନାୟକ ଥିଲେ । ବର୍ତ୍ତମାନ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କ ଅବସର ପରେ ଅଧିନାୟକ ହେବା ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଶୀର୍ଷରେ ରହିଛି । ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଅଧିନାୟକତ୍ୱ କରିବାର ହାର୍ଦ୍ଦିକଙ୍କର ଭଲ ଅଭିଜ୍ଞତା ମଧ୍ୟ ଅଛି।
କେବଳ ଏତିକି ନୁହେଁ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତିନୋଟି ସିଜିନ୍ ପାଇଁ ଆଇପିଏଲ୍ ଅଧିନାୟକତ୍ୱ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୧୬ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି । ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୦ଟିରେ ବିଜୟଲାଭ କରିଛି ।

ଋଷଭ ପନ୍ତ -ଟି ୨୦ରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ଭାବରେ ଋଷଭ ପନ୍ତଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ୨୦୨୨ ଡିସେମ୍ବରରେ ଏକ ସଡ଼କ ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ । ଏଥିପାଇଁ ସେ ପ୍ରାୟ ୧୬ ମାସ କ୍ରିକେଟ୍ଠାରୁ ଦୂରରେ ଥିଲେ । କିନ୍ତୁ ଚଳିତ ଆଇପିଏଲରେ ପନ୍ତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ କରିବା ସହ ଟି-୨୦ ବିଶ୍ୱକପ୍ରେ ଭାରତ ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଟିମ୍ ଇଣ୍ଡିଆ ପନ୍ତଙ୍କ ଅଧିନାୟକତ୍ୱରେ ୫ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି । ସେହିପରି ଆଇପିଏଲରେ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଶୁବମନ୍ ଗିଲ୍ – ଓପନର ଆଉ ଦ୍ରୁତ କ୍ରିକେଟର ଭାବେ ଶୁବମନ୍ ନିଜ କିର୍ତ୍ତିମାନ ଦେଖାଇସାରିଛନ୍ତି । ବର୍ତ୍ତମାନ ସେ ଜିମ୍ବାୱେ ବିପକ୍ଷରେ ଭାରତର ନେତୃତ୍ୱ ନେଇଛନ୍ତି । ୨୦୨୪ ପୂର୍ବରୁ ଗିଲ୍ ଗୁଜୁରାଟ୍ ଟାଇଟନ୍ସର ଅଧିନାୟକ ପଦ ମଧ୍ୟ ସମ୍ଭାଳିଥିଲେ । ଏହି ଧୁବ କ୍ରିକେଟର ନିଜକୁ ଦଳରେ ଖୁବ୍ ପ୍ରମାଣିତ କରିଛନ୍ତି ଆଉ ଅନେକ ରେକର୍ଡ ମଧ୍ୟ ଜିତିଛନ୍ତି ।

ସୂର୍ଯ୍ୟକୁମାର ଯାଦବ-ଭାରତର ପରବର୍ତ୍ତୀ ଟି -୨୦ ଅଧିନାୟକ ଭାବରେ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି। ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସୂର୍ଯ୍ୟକୁମାର ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିସାରିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିସାରିଛି। ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଭାରତ ୭ଟି ମ୍ୟାଚ୍ ଖେଳିଥିବାବେଳେ ୫ଟିରେ ବିଜୟଲାଭ କରିଛି।

ଯଶପ୍ରୀତ ବୁମ୍ରା-ରୋହିତ ଶର୍ମାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ଭାବରେ ଯଶପ୍ରୀତ ବୁମ୍ରାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ବୁମରା ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ରେ ଭାରତ ପାଇଁ ଅଧିନାୟକତ୍ୱ କରିଛନ୍ତି । ଏହି ଦୁଇଟି ମ୍ୟାଚରେ ଭାରତ ଜିତିଛି । ବୁମ୍ରା ଏପର୍ଯ୍ୟନ୍ତ ୭୦ଟି ମ୍ୟାଚରେ ଜସପ୍ରୀତ ବୁମ୍ରା ତାଙ୍କ ନାମରେ ୮୯ ୱିକେଟ୍ ନେଇଛନ୍ତି । ରୋହିତ, କୋହଲି ଏବଂ ଜାଡେଜାଙ୍କ ଅବସର ପରେ ଜସପ୍ରୀତ ବୁମ୍ରା ହେଉଛନ୍ତି ସବୁଠାରୁ ବରିଷ୍ଠ ଖେଳାଳି । ତେଣୁ ରୋହିତଙ୍କ ପରେ ବିସିସିଆଇ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ।

Leave a Reply

Your email address will not be published. Required fields are marked *