Pratidin TV

Odisha's Digital News Platform

ରେଳ ଧାରଣାରେ ଗ୍ୟାସ୍ ସିଲିଣ୍ଡର , ଟ୍ରେନ ବ୍ଲାଷ୍ଟ ପାଇଁ କିଏ କରିଥିଲା ଷଡଯନ୍ତ୍ର ?

1 min read

ପୁଣି ଥରେ ରେଳ ଧାରଣାରେ ଗ୍ୟାସ୍ ସିଲିଣ୍ଡର , ଟ୍ରେନ୍ ବ୍ଲାଷ୍ଟ ପାଇଁ ହୋଇଥିଲା ବଡ ଷଡଯନ୍ତ୍ର । ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ଟ୍ରାକ୍ ରୁ ସାମ୍ନାକୁ ଆସିଛି ଏପରି କିଛି ଦୃଶ୍ୟ । କିନ୍ତୁ ସବୁଠୁ ବଡ କଥା କୌଣସି ଅଘଟଣ ଘଟିବା ପୂର୍ବରୁ ଟ୍ରେନଟି ଅଟକି ଯାଇଥିଲା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପାସେଞ୍ଜର ।

ସୂଚନା ଅନୁଯାୟୀ କାନପୁର ଦେହାତ ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ଟ୍ରାକ୍ ଉପରେ ଦୁର୍ଘଟଣା ଘଟାଇବା ପାଇଁ କିଛି ଷଡଯନ୍ତ୍ର କାରୀ ଗ୍ୟାସ୍ ସିଲିଣ୍ଡର ରଖିଦେଇଥିଲେ । ସେମାନେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଏଭଳି ଷଡଯନ୍ତ୍ର ରଚିଥିଲେ । କିନ୍ତୁ କୁହନ୍ତି ରଖେ ହରି ତ ମାରିବ କିଏ ? ଠିକ୍ ସେହିପରି ଲୋକ ପାଇଲଟ୍ ଏସବୁ ଦେଖି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଛି। ଏହା ପରେ ସେ ସମସ୍ତ ସଂପୃକ୍ତ ବିଭାଗକୁ ଏ ବିଷୟରେ ଜଣାଇଥିଲେ। ଏହାପରେ ରେଳବାଇ ଓଙଡ, ସୁରକ୍ଷା ବାହିନୀ ଏବଂ ଅନ୍ୟ ଦଳ ସିଲିଣ୍ଡର ଯାଞ୍ଚ କରି ଟ୍ରାକରୁ ହଟାଇଛନ୍ତି। ଏନେଇ ତଦନ୍ତ ଜାରି ରହିଛି।

Advertisement

ତେବେ କିଛି ଦିନ ପୂର୍ବରୁ ପଙ୍କି ଶିଳ୍ପାଞ୍ଚଳ ନିକଟରେ ସାବରମତୀ ଏକ୍ସପ୍ରେସର ଇଞ୍ଜିନ ଏବଂ ୨୦ଟି ବଗି ଟ୍ରାକ୍ରୁ ଲାଇନ୍ଚ୍ୟୁତ ହୋଇଥିଲା। ଉକ୍ତ ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *