Pratidin TV

Odisha's Digital News Platform

ବିଶ୍ୱ ପାଇଁ ବିପଦ ସାଜିଛି ଏମପକ୍ସ ,ଆଲର୍ଟ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ..

1 min read

ବିଶ୍ୱ ପାଇଁ ବିପଦ ସାଜିଛି ଏମପକ୍ସ । ଏବେ ଏମପକ୍ସକୁ ନେଇ ଆଲର୍ଟ ଜାରି କରିଛି  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଗତ ୨ ବର୍ଷ ମଧ୍ଯରେ ଦ୍ବିତୀୟ ଥର ଲାଗି ଏମପକ୍ସକୁ ନେଇ ସଂଗଠନ ଏହି ଘୋଷଣା କରିଛି। ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ଏହି ଭାଇରସ ବ୍ଯାପୁଥିବା ସୂଚନା ମିଳିବା ପରେ ଉଦବେଗ ପ୍ରକାଶ କରିଛି ସଂଗଠନ। ଏମପକ୍ସ ସାଧାରଣତଃ ପାରସ୍ପରିକ ସଂସ୍ପର୍ଶ ଜରିଆରେ ବ୍ଯାପିଥାଏ ଏବଂ ରୋଗୀ ମୃତ୍ଯୁମୁଖରେ ସମ୍ମୁଖୀନ ହୋଇଥାଏ ।

ସଂକ୍ରମିତ ବ୍ଯକ୍ତିଙ୍କ କ୍ଷେତ୍ରରେ ଫ୍ଲୁ ଧରଣର ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଶରୀର ଭିତରରେ କ୍ଷତ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ। କଙ୍ଗୋରେ ଏବି ଷ୍ଟ୍ରେନକୁ କ୍ଲେଡ-୧ କୁହାଯାଇଥାଏ। ମାତ୍ର ବର୍ତ୍ତମାନ ନୂଆ କ୍ଲେଡ-୧ବି ଷ୍ଟ୍ରେନ ଅତିସହଜରେ ସଂକ୍ରମିତ ହେଉଥିବା ଜଣାଯାଇଛି। ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଏହା ଅଧିକ ବ୍ୟାପୁଥିବା ହେଉଥିବା ଦେଖିବାକୁ ମିଳିଛି। ସଂକ୍ରମଣରୁ ରକ୍ଷା ଦିଗରେ ପଦକ୍ଷେପ ନେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଏଡନୋମ ଘେବ୍ରେୟସସ।ଏହା ଅର୍ଥୋପକ୍ସଭାଇରସ୍ ବଂଶର ଏକ ଜୀବାଣୁ ଅଟେ । ସଂକ୍ରମିତ ପ୍ରାଣୀ ମାନଙ୍କ ଠାରେ ଆପଣ ଏହା ମଧ୍ୟ ପାଇପାରିବେ । ତଥାପି, ଅଧିକାଂଶ କ୍ଷେତ୍ରରେ ଏହା ମାଙ୍କଡ଼ ଠାରୁ ମଣିଷ କୁ ବ୍ୟାପିଥାଏ ।

Advertisement

Leave a Reply

Your email address will not be published. Required fields are marked *