Pratidin TV

Odisha's Digital News Platform

କିଏ ସେଇ ଲରେନ୍ସ ବିଶୋଇ ? କାହିଁକି ଟାର୍ଗେଟ କରୁଛନ୍ତି ନେତା ଓ ଅଭିନେତାଙ୍କୁ….

1 min read

ଥିଲେ ଛାତ୍ର ନେତା ହେଲେ ଗ୍ୟାଙ୍ଗଷ୍ଟର | ଲରେନ୍ସ ବିଷ୍ଣୋଇ ଏହି ନାଁକୁ ନେଇ ସବୁଠି ଚର୍ଚ୍ଚା | ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ଲରେନ୍ସ ବିଷ୍ଣୋଇକୁ ନେଇ ଥରହର ଏବେ ମହାରାଷ୍ଟ୍ର | ତେବେ ଏହି ଲରେନ୍ସ ବିଷ୍ଣୋଇ କିଏ ? କେମିତି ସେ ପାଲଟିଗଲା ଏତେ ବଡ ଗ୍ୟାଙ୍ଗଷ୍ଟର |

ପଞ୍ଜାବର ଫିରୋଜପୁରରେ ଜନ୍ମଗ୍ରହଣ କରିଥିଲେ ଲରେନ୍ସ ବିଷ୍ଣୋଇ | ତାଙ୍କ ବାପା ହରିୟାଣା ପୋଲିସର ଏକ କନଷ୍ଟେବଳ ଥିଲେ | ପରେ ସେ ଚାକିରୀ ଚଡି ଚାଷ କାମ ଆରମ୍ଭ କରିଥିଲେ | ଲରେନ୍ସ ବିଷ୍ଣୋଇ ଆବହର ଜିଲ୍ଲାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ | ଏହାପରେ ସେ ଚଣ୍ଡୀଗଡ଼ ଜିଲ୍ଲାର ଡିଏଭି କଲେଜରୁ ଅଧିକ ଅଧ୍ୟୟନ କରିଥିଲେ | ଏଠାରେ ଲରେନ୍ସ ବିଷ୍ଣୋଇରାଜନୀତିରେ ଆଗ୍ରହ ପ୍ରକାଶ କରି ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ | ଏଠାରୁ ହିଁ ସେ ଛାତ୍ର ନେତା ରୁ ପାଲଟିଯାଇଥିଲେ ଗ୍ୟାଙ୍ଗଷ୍ଟର |

Advertisement

୨0୧୧ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ର ସାଂସଦ ସଭାପତି ହେବା ପର ଠାରୁ ଅପରାଧ ଦୁନିଆରେ ଏଣ୍ଟ୍ରି ମାରିଥିଲେ ଲରେନ୍ସ ବିଷ୍ଣୋଇ | କିନ୍ତୁ ଏହାପୂର୍ବରୁ ଲରେନ୍ସ ବିଷ୍ଣୋଇ ଏଲଏଲବି କରିସାରିଥିଲେ | ଏହି ବିଶ୍ୱ ବିଦ୍ୟାଳୟରେ ପଢିବା ସମୟରେ ହିଁ ସେ ଗୋଲଡି ବାର]ର ସମ୍ପର୍କରେ ଆସିଥିଲେ | ଏଠାରୁ ହିଁ ଉଭୟଙ୍କ ମଧ୍ୟରେ ବଢିଥିଲା ଘନିଷ୍ଠତା | ଚୋରି ଡକାୟତି ଧମକ ଦେବା, ଦାଦାବଟି, ବସୁଲୀ ପରି ଏକାଧିକ ମାମଲାରେ ବାରମ୍ବାର ଗିରଫ ହୋଇ ଜେଲକୁ ଯାଇଥିଲେ | କିନ୍ତୁ ସଲମାନ ଖାନଙ୍କୁ ଟାର୍ଗେଟ କରିବାପ ଆରେ ଚର୍ଚ୍ଚାକୁ ଆସିଥିଲା ଲରେନ୍ସ ବିଷ୍ଣୋଇ |

୧୯୯୮ ମସିହା ରାଜସ୍ଥାନରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ଖାନ ଫସିବା ପରେ ବଢିଥିଲା ଲରେନ୍ସ ବିଷ୍ଣୋଇ ଓ ଭାଇଜାନଙ୍କ ମଧ୍ୟରେ ଶତ୍ରୁତା | ସେବେଠାରୁ ସଲମାନଙ୍କୁ ବାରମ୍ବାର ଧମକ ଦେବା, ଗତ ଜୁଲାଇରେ ଘର ଉପରକୁ ଫାଏରିଂ ପଛରେ ମଧ୍ୟ ତାହାର ହାତ ରହିଛି | ଏପରିକି ୨0୨୨ ରେ ପଞ୍ଜାବୀ ପପ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଵାଲାଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ହିଁ ବୀଚ ରାସ୍ତାରେ ହତ୍ୟା କରିଥିଲା | ଲରେନ୍ସ ବିଷ୍ଣୋଇ ପାୱାର ଏତେ ଯେ ଗୁଜୁରାଟ ସାବରମତୀ ଜେଲରେ ବସି ବସି ସେ ଦିଲ୍ଲୀ, ହଁ]ରିୟାନା, ପଞ୍ଜାବ, ରାଜସ୍ଥା, ଓ ଏବେ ମୁମ୍ବାଇରେ ଗ୍ୟାଙ୍ଗ ଚଳାଉଛି | ଅଣ୍ଡରୱାର୍ଲଡ ଡନ ଦାଉଦ ରାସ୍ତା ଆଗରେ ଏବେ ଲରେନ୍ସ ବିଷ୍ଣୋଇ |

Leave a Reply

Your email address will not be published. Required fields are marked *