Pratidin TV

Odisha's Digital News Platform

କିଏ ମୋଦିଙ୍କ ବଡ଼ ଜ୍ୟୋତିଷ, ଏହି ଗଣେଶ୍ୱର ଶାସ୍ତ୍ରୀ ?

1 min read

ନରେନ୍ଦ୍ର ମୋଦିଙ୍କ ପାଖରେ ବସି ସାଧୁ ପଢୁଥିଲେ ମନ୍ତ୍ର | ଯେଉଁଥିପାଇଁ ଚକଲିତ ନିର୍ବାଚନରେ ନରେନ୍ଦ୍ର ମୋଦି ଜିତିବା ଏକ ପ୍ରକାର ହୋଇଯାଇଛି ନିଶ୍ଚିତ | ମୋଦିଙ୍କ ପାଖରେ ବସି ମନ୍ତ୍ର ପଢ଼ୁଥିବା ଏହି ସାଧୁ ଜଣକ କିଛି କମ ଶକ୍ତିର ଅଧିକାରୀ ନୁହନ୍ତି | ଅସମ୍ଭବ କଥାକୁ ସମ୍ଭବ କରି ଦେଖାଇଛନ୍ତି ଏହି ସାଧୁ |

ତେବେ ସାଧାରଣ ନିର୍ବାଚନ ପାଇଁ ମେ ୧୪ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ନରେନ୍ଦ୍ର ମୋଦି | ତାଙ୍କ ସହ ଥିଲେ ଜଣେ ସାଧୁ | ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା | ମୋଦି ନୋମିନେସନ ସେଣ୍ଟରରେ ବସିଥିବା ସମୟରେ ତାଙ୍କ ପାଖରେ ଜଣେ ସାଧୁ ଉକ୍ତ ସ୍ଥାନରେ ବସିଥିଲେ | ତେବେ ସେହି ସାଧୁ ଜଣକ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଏବଂ ତାଙ୍କ ନାଁ ଗଣେଶ ଶାସ୍ତ୍ରୀ |

Advertisement

ତେବେ ଗଣେଶ ଶାସ୍ତ୍ରୀ ହେଉଛନ୍ତି ଦେଶର ସବୁଠୁ ବଡ଼ ଜ୍ୟୋତିଷ | ଗଣେଶ ଶାସ୍ତ୍ରୀ ଦ୍ରାବିଡ଼ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର କରିଥିଲେ | ଏବଂ ରାମଲାଲାଙ୍କ ଭୂମି ପୂଜନ ପାଇଁ ମଧ୍ୟ ଶୁଭ ସମୟ ସ୍ଥିର କରିଥିଲେ | ଜ୍ୟୋତିଷ କାର୍ଯ୍ୟରେ ତାଙ୍କୁ କେହି ମାଟି ଦେଇପାରିବେ ନାହିଁ |

ତେବେ ପଣ୍ଡିତ ଗଣେଶ ଶାସ୍ତ୍ରୀ ଜଣେ ବ୍ରାହ୍ମଣ | ଏବଂ ସେ କାଶୀରୁ ଆସିଛନ୍ତି | ଏବଂ ତାଙ୍କ ନାଁ ମହାନ ବିଦ୍ୱାନ | ଏବଂ ଦେଶରେ ଶାସ୍ତ୍ରୀୟ ସାଧନା କରୁଥିବା ଲୋକମାନଙ୍କ ମଧ୍ୟରେ ସେ ହେଉଛନ୍ତି ଜଣେ | ତେବେ ପଣ୍ଡିତ ଗଣେଶ ଶାସ୍ତ୍ରୀଙ୍କ ବାରାଣସୀରେ ଏକ ବିଦ୍ୟାଳୟ ରହିଛି | ଯେଉଁଠାରେ ବୈଦ୍ୟ ଏବଂ ଶାସ୍ତ୍ର ଉପରେ ସେ ଶିକ୍ଷା ଦେଇଥାନ୍ତି |

Leave a Reply

Your email address will not be published. Required fields are marked *