Pratidin TV

Odisha's Digital News Platform

କିଏ ମହମ୍ମଦ ୟୁନୁସ….ଯିଏ ନେବେ ବାଂଲାଦେଶର ସରକାରର ଦାୟିତ୍ୱ

1 min read

ବାଂଲାଦେଶରେ ଗତ କିଛି ଦିନ ହେବ ରାଜନୈତିକ ଅସ୍ଥିରତା ଦେଖାଦେଇଛି | ଆଉ ଏହାରି ମଧ୍ୟରେ ନେତୃତ୍ୱ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ। ମଙ୍ଗଳବାର ରାତିରେ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ନିଯୁକ୍ତ କରାଯାଇଥିଲା। ଛାତ୍ର ଆନ୍ଦୋଳନର ସମନ୍ୱୟ ବୋର୍ଡର ୧୩ ଜଣ ସଦସ୍ୟଙ୍କ ସହ କଥା ହେବା ପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୟୁନୁସଙ୍କ ନିଯୁକ୍ତି ଘୋଷଣା କରିଥିଲେ। ଏହି ଆଲୋଚନାରେ ୩ ସେନାର ମୁଖ୍ୟ ମଧ୍ୟ ସାମିଲ ହୋଇଥିଲେ।

ମଙ୍ଗଳବାର ନିଜେ ମୁଖ୍ୟ ବିରୋଧୀ ଦଳର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ୍ ଖାଲିଦା ଜିଆଙ୍କୁ ମଧ୍ୟ ଜେଲରୁ ମୁକ୍ତ କରାଯାଇଥିଲା। ଆନ୍ଦୋଳନକାରୀ ଛାତ୍ରମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ପଦ ପାଇଁ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଛାତ୍ର ଆନ୍ଦୋଳନର ସମନ୍ୱୟ ବୋର୍ଡର ଅଂଶ ହୋଇଥିବା ନହିଦ ଇସଲାମ କହିଛନ୍ତି ଯେ ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ କରିବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।

Advertisement

‘ବ୍ୟାଙ୍କର୍ ଅଫ୍ ଦରିଦ୍ର’ ଭାବରେ ଜଣାଶୁଣା ମହମ୍ମଦ ୟୁନୁସ୍ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ବିରୋଧ କରୁଥିବା ଛାତ୍ରମାନଙ୍କ ପ୍ରଥମ ପସନ୍ଦ ଥିଲା। ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି। ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ। ହସିନା ସରକାର କିନ୍ତୁ ତାଙ୍କ ବିରୋଧରେ ଆର୍ଥିକ ହେରଫେର୍ ମାମଲାରେ ଅନେକ ମାମଲା ରୁଜୁ କରିଥିଲେ ।

ମହମ୍ମଦ ୟୁନୁସ ଜଣେ ନୋବେଲ ପୁରସ୍କାର ବିଜେତା। ବାଂଲାଦେଶର ଜଣେ ସାମାଜିକ ଉଦ୍ୟୋଗୀ, ବ୍ୟାଙ୍କର, ଅର୍ଥନୀତିଜ୍ଞ ତଥା ନାଗରିକ ସମାଜର ନେତା ମହମ୍ମଦ ୟୁନୁସ ଜୁନ ୨୮, ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ଏବଂ ମାଇକ୍ରୋ କ୍ରେଡିଟ ଓ ମାଇକ୍ରୋ ଫାଇନାନ୍ସର ଚିନ୍ତାଧାରା ଉଦ୍ଭାବନ କରିଥିଲେ।

Leave a Reply

Your email address will not be published. Required fields are marked *