Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ସତ ନିତୀଶଙ୍କ ପରେ କିଏ ସମ୍ଭାଳିବ JDU ମଙ୍ଗ; କିଏ ହେବ ନିତୀଶଙ୍କ ଉତ୍ତରାଧିକାରୀ !

1 min read

କିଏ ହେବ ନିତୀଶଙ୍କ ଉତ୍ତରାଧିକାରୀ । କାହାକୁ ଦେବେ ଦାୟିତ୍ୱ । ଏବେ ଏହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା ମଧ୍ୟରେ ଜଣେ  ଆଇଏଏସ୍‌ ଅଧିକାରୀଙ୍କ ନାମ ସାମ୍ନାକୁ କୁ ଆସିଛି। ସେ ଚାକିରି ଛାଡ଼ି ଜୁଲାଇରେ ନୀତୀଶ କୁମାରଙ୍କ ପାର୍ଟି ଜନତା ଦଳ ୟୁନାଇଟେଡ୍‌(JDU)ରେ ଯୋଗ ଦେଇଥିଲେ। ତେଣୁ ସେ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ଆଲୋଚନା ହେଉଛି।ତେବେ ଏହି ଚର୍ଚ୍ଚା କୁ ନେଇ ଏବେ  ମୁହଁ ଖୋଲିଛନ୍ତି ଆଇଏଏସ୍‌ ମନୀଷ କୁମାର ବର୍ମା। ଏକ ସାକ୍ଷାତକାରରେ ସେ କହିଛନ୍ତି, ଦଳରେ ଆସି ମିଶିବା ଅର୍ଥ ମୁଁ ଯେ ସବୁ ପାଇଯିବି ତାହା ଭାବିବା ଭୁଲ୍‌। ଯାହା ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ମିଛ କଥା।

ତାଙ୍କୁ ଯେତେବେଳେ ପଚରା ଯାଇଥିଲା ପ୍ରଶାନ୍ତ କିଶୋର ଏନେଇ ଭବିଷ୍ୟବାଣୀ କରିଛନ୍ତି। ସେ ଏହାର ଉତ୍ତରରେ କହିଥିଲେ, ଆଜିକାଲି ସେ ନିଜ ଦଳ ଗଠନ କରୁଛନ୍ତି ଏବଂ ଜେଡିୟୁକୁ କଡ଼ା ଟାର୍ଗେଟ କରୁଛନ୍ତି। ପ୍ରଶାନ୍ତ କିଶୋର ଯାହା ପାରୁଛନ୍ତି, ତାହା କହୁଛନ୍ତି। ବର୍ତ୍ତମାନ ତାଙ୍କର ଲକ୍ଷ୍ୟ ଯେଉଁଠାରେ ସେ ଲାଭ ପାଇବେ ସେଠାରେ ସେ କଥା କହିବେ। ଆହୁରି ମଧ୍ୟ ସେ କହିଛନ୍ତି, ନୀତୀଶଙ୍କ ପୁଅ ତେଜସ୍ବୀ। ତେଣୁ ତାଙ୍କୁ ସବୁ ମିଳିଛି। ଯେତେବେଳେ ତାଙ୍କୁ ଆଉ ଥରେ ପଚରାଯାଇଥିଲା ମନୀଷ ବର୍ତ୍ତମାନ ନୀତୀଶ କୁମାରଙ୍କ ଉତ୍ତରାଧିକାରୀ କି ନାହିଁ, ସେ କହିଥିଲେ ଯେ, ଅନେକ ଉତ୍ତରାଧିକାରୀ ସୃଷ୍ଟି ହୋଇଛନ୍ତି ଏବଂ ଅନେକ ଯାଇଛନ୍ତି।

Leave a Reply

Your email address will not be published. Required fields are marked *