Pratidin TV

Odisha's Digital News Platform

ପୁଣି ପ୍ରେମରେ ପଡିଲେ ରେହା ଚକ୍ରବତ୍ତି , ବଣ୍ଟି ସାଜ୍‌ଦେହ୍‌ଙ୍କୁ କରୁଛନ୍ତି ଡେଟ୍ ..

1 min read

ନୂଆଦିଲ୍ଲୀ : ରେହା ଚକ୍ରବତ୍ତିଙ୍କ ପ୍ୟାନ୍ସ ମାନଙ୍କର ପ୍ରତିକ୍ଷାର ଅନ୍ତ ଘଟିଛି । ସୁଶାନ୍ତଙ୍କ ପରେ ପୁଣି ଜଣଙ୍କ ପ୍ରେମରେ ପଡିଯାଇଛନ୍ତି ଅଭିନେତ୍ରୀ । ସୁଶାନ୍ତଙ୍କୁ ଟ୍ରୋମାରୁ ବାହରି ନିଜ ଲାଇଫରେ ଆଗକୁ ବଢୁଛନ୍ତି ରେହା । ଅଭିନେତ୍ରୀଙ୍କୁ ଖୁସିରେ ଦେଖି ତାଙ୍କ ପ୍ୟାନ୍ସମାନେ ମଧ୍ୟ ବେଶ୍ ଖୁସିହେବେ ବୋଲି ଆଶା କରାଯାଉଛି । ତେବେ ଚାଲନ୍ତୁ ଜାଣିବା କିଏ ସେ ଲକି ମ୍ୟାନ୍ । ଯିଏ ବର୍ତ୍ତମାନ ରେହାଙ୍କ ହାତ ଧରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ସେହି ଲକି ମ୍ୟାନ ଜଣଙ୍କ ହେଛନ୍ତି ବଣ୍ଟି ସାଜ୍‌ଦହେ ।

buntey sajdeh with his sister seema sajdeh

ବଲିଉଡ୍‌ର ଲାଟେଷ୍ଟ ରିପୋର୍ଟ ଅନୁଯାୟୀ ରିୟା ,ସୋହେଲ ଖାନଙ୍କ ପୂର୍ବ ପତ୍ନୀ ସୀମା ସଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ୍ କରୁଛନ୍ତି । ତେବେ ଦୁହେଁ ଚଳିତ ବର୍ଷ ହିଁ ରିଲେଶନସିପରେ ଥିବା କଥା ସାମ୍ନାକୁ ଆସୁଛି । ଏବଂ ଦୁଇଜଣହିଁ ନିଜ ଲଭ୍ ଲାଇଫ୍‌କୁ ଗୁପ୍ତ ରଖିବାକୁ ଚାହୁଁଛନ୍ତି ।

ତେବେ ବଣ୍ଟି ସଜଦେହଙ୍କର ବଲିଉଡ୍ ଏବଂ କ୍ରିକେଟ ଜଗତ ସହ ଘନିଷ୍ଠ ଏବଂ ପୂରୁଣା ସର୍ମ୍ପକ ଥିବା ଜଣାପଡିଛି । ବଣ୍ଟି ସଜଦେହ ଏଣ୍ଟରଟେନମେଣ୍ଟ ଏବଂ ସ୍ପୋଟ୍‌ର୍ସ ର ବଡ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ମାଲିକ୍ ଅଟନ୍ତି । ଏହି କାରଣରୁ ତାଙ୍କର ବହୁ ବଡ ବଡ କ୍ରିକେଟର ମାନଙ୍କର ସହ ବନ୍ଧୁତା ଅଛି । ଯେପରିକି ୟୁଭରାଜ୍ ସିଂ,କେଏଲ ରାହୁଲ ଏବଂ ବିରାଟଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିବା ଜଣାପଡିଛି ।

ସେହିପରି ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବଣ୍ଟି ସଜଦେହ ଏବଂ ବଲିଉଡ୍‌ର ମିସେସ୍ ଦବଙ୍ଗ ସୋନାକ୍ଷୀ ସ୍ନେହା ଗୋଟେ ସମୟରେ ଦୁହିଁଙ୍କୁ ପସନ୍ଦ କରୁଥିଲେ । ଏବଂ ବଲିଉଡ୍‌ରେ ଦୁହିଁଙ୍କ ବାହାଘରକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ।
ତେବେ ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତ ସମୟରେ ରିୟାଙ୍କ ସହ ବଣ୍ଟିଙ୍କ କିଛି ସମ୍ପର୍କକୁ ନେଇ ପୋଲିସ ତଦନ୍ତରେ ବଣ୍ଟିଙ୍କୁ ମଧ୍ୟ ଜେରା କରିଥିଲା । କିନ୍ତୁ ସେ ସମୟରେ ରେହା ବଣ୍ଟିଙ୍କର ଜଣେ କ୍ଲାଇଣ୍ଟ ଥିଲେ । ଏହାପରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *