କିଏ ରୋହନ ଜେଟଲୀ…., ଯିଏ ଜୟ ଶାହଙ୍କ ପରେ ହେବେ ବିସିସିଆଇ ସମ୍ପାଦକ!
1 min readବିସିସିଆଇ ସଚିବ ଜୟ ଶାହା ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଆଇସିସି ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଛି। ସେ ଡିସେମ୍ବରରୁ ଆଇସିସିର ଚେୟାରମ୍ୟାନ୍ ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ। ଲଗାତାର ୩ୟ ଥର ପାଇଁ ଏହି ପଦବୀ ବଜାୟ ରଖିବା ପାଇଁ ଦୌଡ଼ରୁ ଓହରିଯାଇଥିବା ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାରକଲେଙ୍କୁ ୩୫ ବର୍ଷର ଶାହା ସ୍ଥାନ ଦେବେ। ଶାହାଙ୍କୁ ୨0୧୯ ରୁ ସେ ବିସିସିଆଇ ସଚିବ ପଦ ଛାଡିବାକୁ ପଡିବ। ଏଭଳି ପରିସ୍ଥିତିରେ ବିସିସିଆଇର ପରବର୍ତ୍ତୀ ସଚିବ କିଏ ହେବେ ତାହା ବଡ ପ୍ରଶ୍ନ। ଏହାର ଦୌଡ଼ ଅନେକ ନାମ ଉଭା ହୋଇଛି |
ଅରୁଣ ଜେଟଲୀଙ୍କ ପୁଅ ରୋହନଙ୍କ ସପକ୍ଷରେ ବିିସିସିଆଇ ସେକ୍ରେଟାରୀ ପାଇଁ ଆବଶ୍ୟକ ସମର୍ଥନ ରହିଛି । ସେ ଏବେ ଡିଡିସିଏ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ବର୍ତ୍ତମାନର ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ସମେତ ଅନ୍ୟ ବିିସିସିଆଇ ଶୀର୍ଷ ଅଧିକାରୀ ପୂର୍ବ ଭଳି ଦାୟିତ୍ୱରେ ରହିବେ । ସେମାନଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପାଇଁ ଏକ ବର୍ଷ ସମୟ ରହିଛି । ସେ ଏବେ ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି। ତେଣୁ ତାଙ୍କୁ ବିସିସିଆଇର ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।