Pratidin TV

Odisha's Digital News Platform

କିଏ ଏହି ସ୍ୱାହା ? ଯାହାଙ୍କ ନାମ ଯଜ୍ଞର ପ୍ରତ୍ୟକ ଆହୁତି ପରେ ବାରମ୍ବାର ଉଚାରଣ କରାଯାଏ …

1 min read

କଣ ଆପଣମାନେ ଜାଣିଛନ୍ତି କି ଯେତେବେଳେ ଆମେ ପୂଜା ପାଇଁ ଯଜ୍ଞ କରିଥାଉ । ଏହି ଯଜ୍ଞରେ ଆହୁତି ପରେ ବ୍ରାହ୍ମଣମାନେ ସ୍ୱାହା ଉଚାରଣ କରିଥାନ୍ତି । ଯଜ୍ଞରେ ଏହି ସ୍ୱହା ଉଚାରଣ କରାଯିବାର କାରଣ କଣ କେବେ ଆପଣମାନେ ଚିନ୍ତା କରିଛନ୍ତି କି ? ତେବେ ଚାଲନ୍ତୁ ଜାଣିବା ଯଜ୍ଞରେ ଆହୁତି ପରେ କାହିଁକି ବାରମ୍ବାର ସ୍ୱାହା କୁହାଯାଏ ।

ପୌରାଣିକ କଥା ଅନୁଯାୟୀ ସ୍ୱାହା ଜଣେ ଦେବୀ ଅଟନ୍ତି । ଯିଏକି ଦକ୍ଷ ପ୍ରଜାପ୍ରତିଙ୍କ ଝିଅ ବା ମା ସତୀଙ୍କ ଭଉଣୀ ଥିଲେ । ତେବେ ଦକ୍ଷ ରାଜା ନିଜ ପୁତ୍ରୀ ସ୍ୱାହା ଦେବୀଙ୍କ ବିବାହ ସୂର୍ଯ୍ୟ ଦେବଙ୍କ ସହ କରାଇଥିଲେ । ତେବେ ବିବାହ ସମୟରେ ଭଗବାନ କୃଷ୍ଣ ତାଙ୍କୁ ଆର୍ଶୀବାଦ୍ ଦେଇଥିଲେ ଯେ ଦେବତାମାନଙ୍କୁ ପୃଥିବୀରେ ସମର୍ପିତ କରାଯାଉଥିବା କିଛିବି ଜିନିଷ ସ୍ୱାହଙ୍କ ଉଚ୍ଚାରଣ ବା ସ୍ମରଣ ବିନା ସମ୍ପୂର୍ଣ୍ଣ ହେବ ନାହିଁ କି ଦେବତାଙ୍କ ପାଖରେ ପହଞ୍ଚିବ ନାହିଁ । ଏଥିପାଇଁ ପ୍ରତ୍ୟକ ଯଜ୍ଞରେ ଆହୁତୀ ପରେ ସ୍ୱାହା ଉଚାରଣ କରାଯାଇଥାଏ ।

Advertisement

Leave a Reply

Your email address will not be published. Required fields are marked *