Pratidin TV

Odisha's Digital News Platform

ରାଣୀ ପଣ୍ଡା ଙ୍କ ପ୍ରେମ କାହାଣୀ ର ଖଳନାୟକ କିଏ ?

ଯେଉଁ ପ୍ରେମିକ ଦିନେ ରାଣୀଙ୍କ ପାଦରେ କଣ୍ଟା ଫୁଟିବାକୁ ଦେଉନଥିଲା ସେହି ପ୍ରେମିକ କାହିଁକି ହଠାତ ରାଣୀକୁ ମାଡ଼ ମାରିଲା | କାହାର କୂଚକ୍ରାନ୍ତରେ ଅଧୁରା ରହିଗଲା ସବୁ ସ୍ବପ୍ନ | କେଉଁମାନଙ୍କ କଥାରେ ପଡି ରାଣୀଙ୍କ ପ୍ରେମିକ ବିକ୍ରମଙ୍କ ମନ | ଯେଉଁ ବିକ୍ରମ ଦିନେ ରାଣୀଙ୍କୁ ମନ ଦେଇ ଭଲ ପାଉଥିଲା ଏବଂ ରାଣୀଙ୍କ ଟଙ୍କାରେ ଅଏସ ଆରାମ କରୁଥିଲେ ଓ ବାହା ହେବା ପାଇଁ ପାଗଳ ପ୍ରେମୀ ସାଜିଥିଲେ | ହେଲେ ଏହି ପ୍ରେମ କାହାଣୀରେ ମୁଖ୍ୟ ଖଳନାୟକ ସାଜି ସବୁବେଳେ ବିକ୍ରମଙ୍କ ଆଗରେ ରାଣୀଙ୍କୁ ଚରିତ୍ରହୀନ ସଜାଇଦେଇଥିଲେ ୩ ଜଣ ସାଙ୍ଗ | ଯାହାଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା |

ମହିଳା ଥାନାରେ ଅଭିଯୋଗ ହୋଇଥିବା ସାଙ୍ଗ ହେଉଛନ୍ତି ବୁଦ୍ଧିଆ , ଚିଣ୍ଟୁ ଓ ମହେଶ | ବିକ୍ରମଙ୍କ ଘରେ ଭଡାରେ ରହୁଥିବା ବୁଦ୍ଧିଆ ରବି ଟକିଜ ପାଖରେ ବରା, ପିଆଜି ଦୋକାନ କରିଥିବା ଚିଣ୍ଟୁ ଏବଂ ବିକ୍ରମଂକ ସାଙ୍ଗ ମହେଶ ଏହି ୩ ଜଣଙ୍କୁ ସିଧା ସଳଖ ଇଙ୍ଗିତ କରିଛନ୍ତି ରାଣୀ ପଣ୍ଡା |

ତେବେ ସୂଚନା ମୁତାବକ ରାଣୀ ପଣ୍ଡା ଏବଂ ବିକ୍ରମଙ୍କ ଥିଲା ୮ ବର୍ଷର ସମ୍ପର୍କ ଥିବା ବେଳେ ଏହି ୩ ଜଣ ବିକ୍ରମଙ୍କୁ ରାଣୀ ପଣ୍ଡାକୁ ଚଡି ଅନ୍ୟତ୍ର ବିବାହ କରିବା ପାଇଁ ସବୁବେଳେ କହୁଥିଲେ | ଏପରିକି ରାଣୀଙ୍କୁ ବିବାହ କଲେ ଘରର ମାନ ଇଜ୍ଜତ ତଳେ ପଡିବା ସହ ନିଜର ଇଜ୍ଜତ ମଧ୍ୟ ଚାଲିଯିବା କଥା କହୁଥିଲେ | କିନ୍ତୁ ଅନ୍ୟପଟେ ରାଣୀଙ୍କୁ ସବୁଦିନ ମିଛ ପ୍ରେମରେ ଛନ୍ଦି ଦେଇଥିଲେ ବିକ୍ରମ | ଏବଂ ବିକ୍ରମ ମଧ୍ୟ ଜାଣିଥିଲେ ସେ କେବେ ହେଲେ ରାଣୀଙ୍କୁ ବିବାହ କରିବେ ନାହିଁ | ସେଥିପାଇଁ ରାଣୀ ପଣ୍ଡା ଟଙ୍କାରେ ମଉଜ ମଜଲିସ କରିବା ସହ ରାଣୀଙ୍କୁ ପିଗଲା ସଜେଇଦେଇଥିଲେ | ମାଡ଼ ମାରିବା ସସହ ଦେଉଥିଲେ ଶାରୀରିକ ନିର୍ଯାତନା |

ତେବେ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଯେତେବେଳେ ଦୁରେଇ ଯିବାକୁ କହିଲେ ତାହା ସହ୍ୟ କରିପାରିଲେନାହିଁ ରାଣୀ | ଏବଂ ଅନ୍ୟପକ୍ଷେ ରାଣୀକୁ ଧୋକା ଦେଇ ଅନ୍ୟତ୍ର ନିର୍ବନ୍ଧ କରିଥିବା କଥା ମଧ୍ୟ ଲୁଚାଇଥିଲେ | ତେବେ ଏହି ନିର୍ବନ୍ଧ କଥା ସାମ୍ନାକୁ ଆସିବା ପରେ ରାଣୀ ଏବେ ମହିଳା ଥାନାରେ ହୋଇଛନ୍ତି ହାଜର | ଏବଂ ଯେମିତି ସେ ବିକ୍ରମଙ୍କ ମିଛ ପ୍ରେମ ଜାଲରେ ଫସିଗଲେ ଅନ୍ୟ କୌଣସି ନିରୀହ ଝିଅର ଜୀବନ ଖରାପ ନ ହେଇଯାଉ ସେଥିପାଇଁ ସେ ତାଗିଦ ମଧ୍ୟ ଦେଇଛନ୍ତି | ଆଉ କହିଛନ୍ତି ମୁଁ ବାହା ହେବିନି କି ବିକ୍ରମକୁ ମଧ୍ୟ ବାହା ହେବାକୁ ଦେବିନି |

Leave a Reply

Your email address will not be published. Required fields are marked *