କିଏ ଏହି ରହସ୍ୟମୟୀ ମହିଳା ? ଶୁଣୁ ଥିଲେ ପୁଟିନ୍ ଓ ମୋଦିଙ୍କ ଗୁପ୍ତକଥା
1 min read୨ ନେତାଙ୍କ ମଝିରେ କିଏ ଏହି ରହସ୍ୟମୟୀ ମହିଳା..| କାହିଁକି ଶୁଣୁଥିଲେ ପୁଟିନ ଓ ମୋଦିଙ୍କ ଗୁପ୍ତ କଥା ? ପୁତିଙ୍କ ପଛରେ ଛାଇ ଭଳି ରହିବାର କଣ ରହିଛି କାରଣ ? କଳା ରଙ୍ଗର ପୋଷାକ, କଳା ଚଷମା ୨ ନେତାଙ୍କ ମଝିରେ ଏହି ରହସ୍ୟମୟ ମହିଳା | ଯେଉଁ ସମୟରୁ ମୋଦି ପୁଟିନଙ୍କ ସହ ଦେଖାହୋଇଛନ୍ତି ସେହି ସମୟରୁ ପୁଟିନଙ୍କ ପାଖ ଛାଡି ଯାଉନାହାନ୍ତି ଏହି ମହିଳା ଜଣକ | ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା |
ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ ସେହି ସମୟରେ ପୁଟିନ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଠିଆ ହୋଇଥିଲେ | ଏହାପରେ ଦୁହେଁ ଦୁହିଁଙ୍କୁ ହାତ ମିଳାଇ ଆଲିଙ୍ଗନ କରିଥିଲେ | ଏହି ସମୟରୁ ଆରମ୍ଭ ହୋଇଥିଲା ଏହି ମହିଳାଙ୍କ ଏଣ୍ଟ୍ରି | ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା | ତେବେ ଏହା ଜାଣିବାକୁ ସମସ୍ତଙ୍କ ମନରେ ବେଶ ଆଗ୍ରହ |
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତମ ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ରୁଷ ମାଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରଯାଇଥିଲା ସତ, କିନ୍ତୁ ଏହି ମହିଳା ଜଣକ ହେଉଛନ୍ତି ପୁତିଙ୍କ ଖାସ ଲୋକ | ତେବେ ସମସ୍ତେ ନିଜ ନିଜ ମାତୃଭାଷରେ କଥା ହେବାକୁ ପସନ୍ଦ କରିଥାନ୍ତି | ତେଣୁ ପୁଟିନ ଯେଉଁଠି ମଧ୍ୟ ଭାଷଣ ଦିଅନ୍ତି ଅଧିକାଂଶ ସମୟରେ ନିଜର ରୁଷିଆ ଭାଷାରେ ହିଁ କହିବାକୁ ପସନ୍ଦ କରିଥାନ୍ତି | ତେବେ ଯେଉଁ ରାଷ୍ଟ୍ର ମୁଖ୍ୟଙ୍କ ସହ ତାଙ୍କର ଆଲୋଚନା କରିବାର ଥାଏ ସେ ସେହି ଭାଷା ଜାଣିଥିବା ଜଣେ ଅନୁଭବୀ ବାଦକ ତାଙ୍କ ସହ ନିଯୁକ୍ତି କରିଥାନ୍ତି | ଯିଏ ଅତି ସରଳ ଭାଷାରେ ରୁଷିଅ ଭାଷାକୁ ଅନୁବାଦ କରିପାରିବେ | ତେବେ ଭ୍ଲାଦିମିର ପୁଟିନ ରୁଷ ଭାଷାରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିବାଦନ କରି ଆଲୋଚନା କରିଥିବା ବେଳେ ଏହି ସବୁକୁ ହିନ୍ଦୀ ଭାଷାରେ ଅନୁବାଦ କରି କହିଥିଲେ ଏହି ମହିଳା ଜଣକ | ଯାହା ମୋଦିଙ୍କୁ ବୁଝିବାରେ ସହଜ ହୋଇଥିଲା ଏବଂ ମୋଦି ମଧ୍ୟ ଏହାକୁ ଭଲ ଭାବରେ ପ୍ରକାଶ କରିଥିଲେ |