Pratidin TV

Odisha's Digital News Platform

କିଏ ସେ ବୈଭବ ? ଯାହାର ଗୋଟିଏ ଟ୍ୱିଟରେ ରାଜରାସ୍ତାରେ ଟ୍ରେନି IAS ପୂଜା

1 min read

ଟ୍ରେନି ଆଇଏଏସ୍ ପୂଜା ଖେଡକର ମାମଲାରେ ଏପର୍ଯ୍ୟନ୍ତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ୟୁପିଏସସି ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ୟୁପିଏସ୍‌ସି ପ୍ରଶ୍ନ ଘେରକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମାମଲାର ତଦାରଖ ଉପରେ ନଜର ରଖିଛି। ଏବେ ତାଙ୍କର ଚାକିରି ଉପରେ ବିପଦ ଦେଖାଯାଇଛି | ତେବେ ଏହି ମାମଲାର ପରଦା କିପରି ହଟିଲା ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ | କେବଳ ଜଣଙ୍କର ଟ୍ୱିଟ ମାଧ୍ୟମରେ ପୂଜା ଖେଡ଼କର ରାଜରାସ୍ତାକୁ ଅସିଜାଇଛନ୍ତି |

ଯେଉଁ ବ୍ୟକ୍ତି ପୂଜାଙ୍କୁ ରାସ୍ତା ଉପରେ ଛିଡ଼ା କରିଛନ୍ତି ତାଙ୍କ ନାମ ବୈଭବ କୋକଟ। ସେ ପ୍ରଥମ ଥର ପୂଜାଙ୍କ ଅଡି କାର୍‌ ଡିମାଣ୍ଡ ବିଷୟରେ ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆଣିଥିଲେ। ସୋସିଆଲ ମିଡିଆର ଶକ୍ତିକୁ ଜାଣିବା ପରେ ଗୋଟିଏ ଟ୍ୱିଟ ଯୋଗୁ କୌଣସି IAS ଅଧିକାରୀ ସାମ୍ନାରେ ଏତେ ବଡ଼ ବିପଦ ଛିଡ଼ା ହେବ ତାହା ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି ବୋଲି ସେ କହିଛନ୍ତି।

ବୈଭବ ଜୁଲାଇ ୬ରେ ‘ଏକ୍ସ’ରେ ଏକ ଫଟୋ ସହ ପୂଜାଙ୍କ ବିଷୟରେ ସୂଚନା ଶେୟାର କରିଥିଲେ। ଏହା ବେଶ ଭାଇରାଲ ହୋଇଥିଲା। ଗଣମାଧ୍ୟମ ପୋଷ୍ଟକୁ ତର୍ଜମା କରିଥିଲା। ଏହାପରେ ବୈଭବଙ୍କ ନିକଟକୁ ସମାଜସେବୀ ଏବଂ ଆର୍‌ଟିଆଇ କର୍ମକର୍ତ୍ତାଙ୍କ ଫୋନ ଆସିଥିଲା। ଧିରେ ଧିରେ ପୂଜାଙ୍କ ବିଷୟରେ ଅଧିକ ସୂଚନା ମିଳିଥିଲା। ଘଟଣା ପରେ ଆଇଏଏସ୍‌ ଅଧିକାରୀମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରିଦେଇଥିଲା। ଏପରିକି ସୋସିଆଲ ମିଡିଆରେ ଲେଖିବା ବନ୍ଦ କରିଦେଇଥିଲେ।

ବୈଭବ କୋକଟ ଟ୍ୱିଟ କରି ଲେଖିଛନ୍ତି, ‘ଟ୍ରେନିଂ ଆଇଏଏସ୍ ଅଡି କାର ବ୍ୟବହାର କରୁଛି କି? ଏକ ନିୟମ ଅନୁଯାୟୀ ଏକ ମହାରାଷ୍ଟ୍ର ସରକାର ଲେଖାଯାଇଥିବା ଏକ ସାଇନ୍ ବୋର୍ଡକୁ ଏକ ଘରୋଇ ଗାଡିରେ ରଖିବା ଅନୁଚିତ। କିନ୍ତୁ ପୁଣେ କଲେକ୍ଟରେଟରେ ପରୀକ୍ଷା ଚାଲିଥିବା 2022 ବ୍ୟାଚ୍ ର ଡକ୍ଟର ପୂଜା ଖେଡକର ମହାରାଷ୍ଟ୍ର ସରକାରଙ୍କ ଭିଆଇପି ନମ୍ବର ସହିତ ଏକ ଘରୋଇ ଅଡି କାର ନେଇଥିଲେ। ଏହା ବ୍ୟତୀତ ଏହି ବ୍ୟକ୍ତିଗତ କାରରେ ନାଲି ଏବଂ ନୀଳ ଆଲୋକ ମଧ୍ୟ ଲଗାଯାଇଛି |

ଏହାଛଡ଼ା ପୂଜାଙ୍କୁ ଜାଣିଥିବା ନେଇ ବୈଭବ କହିଛନ୍ତି, ପୁନେ ଜିଲାପାଳ ସୁହାସ ଦେବସେ ପୂଜାଙ୍କୁ ନେଇ ଏକ ରିପୋର୍ଟ ସରକାରଙ୍କୁ ପଠାଇଥିଲେ। ମୁଁ ବୁଝି ନେଇଥିଲି। ଜଣେ ଟ୍ରେନିଂ ଅଧିକାରୀ ଏତେ ସବୁ କିଭଳି କରିପାରିବେ? ମୋ ମୁଣ୍ଡରେ ପ୍ରଶ୍ନ ଉଠିଥିଲା। ପରେ ମୁଁ ଏହି ମାମଲାକୁ ଅଧିକ ଜାଣିବାକୁ ଚେଷ୍ଟା କରିଥିଲି।

ପୂଜାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବା ପରେ ଦେଖିଲି ଯେ ସେ ନିଜର ଅଡି କାର୍‌ରେ ଅବୈଧ ଭାବେ ଲାଇଟ୍‌ ଲଗାଇଛନ୍ତି। ମୋତେ ତାର ଫଟୋ ମିଳିଲା। ଏହି ମାମଲା ପୋଲିସ ନିକଟରେ ପହଞ୍ଚିଲେ ବିଳମ୍ବ ହେବ ବୋଲି ଜାଣିଥିଲି। ଏଣୁ ସେ ସୋସିଆଲ ମିଡିଆରେ ଶେୟାର କରିଥିବା କହିଛନ୍ତି।

ତେବେ ବୈଭବ କୋକଟ ହେଉଛନ୍ତି ବିଡୁ ଜିଲା ବାସିନ୍ଦା। ସେ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ଲେଖିବାକୁ ପସନ୍ଦ କରନ୍ତି। ସେ ଏକ ପିଆର୍‌ କମ୍ପାନୀରେ କାମ କରିଛନ୍ତି। ଏକ୍ସରେ ତାଙ୍କର ୩୧ ହଜାର ଫଲୋଅର୍ସ ଅଛନ୍ତି।

Leave a Reply

Your email address will not be published. Required fields are marked *