Pratidin TV

Odisha's Digital News Platform

କିଏ ୱାକେର ଉଜ ଜମାନ ….ଯିଏ ନେଲେ ବାଂଲାଦେଶର ଶାସନ ଦାୟିତ୍ୱ

1 min read

ଜଳୁଛି ବାଂଲାଦେଶ। ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। କିଛି ଦିନର ବିରତି ପରେ ପୁଣି ଥରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଜଳାପୋଡ଼ା ସାଙ୍ଗକୁ ଭଙ୍ଗାରୁଜା କରୁଛନ୍ତି ଆନ୍ଦୋଳନକାରୀ। ଛାତ୍ର ସଂଗଠନର ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହା ସହ ୧୫ ବର୍ଷ ସତ୍ତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଏପରିକି ଶେଖ୍ ହସିନା ମଧ୍ୟ ଦେଶ ଛାଡ଼ି ବର୍ତ୍ତମାନ ଭାରତରେ ଅଛନ୍ତି । ଶେଖ ହସିନାଙ୍କ ପରେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ ରହିବେ ? ଏସବୁ ପ୍ରଶ୍ନ ଭିତରେ ପଡୋଶୀ ରାଷ୍ଟ୍ର ଭାରତର ବେଶୀ ଚିନ୍ତା। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଶେଖ ହସିନା ଦେଶ ଛାଡ଼ିବାରୁ ଏବେ ବାଂଲାଦେଶରେ ଲାଗୁ ହୋଇଛି ସେନା ଶାସନ। ଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ବାଂଲାଦେଶର ଶାସନ ଭାର ନିଜ ହାତକୁ ନେଇଛନ୍ତି।

Advertisement

ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଜେନେରାଲ ଜମାନ କହିବା ପରେ ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ବିଭିନ୍ନ ରାଜନୀତିକ ଦଳର ନେତାଙ୍କୁ ଭେଟି ଦେଶର ଆଇନ ଶୃଙ୍ଖଳାର ସବୁ ଦାୟିତ୍ୱ ଏବେ ଠାରୁ ତାଙ୍କର ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଏପରି ଘୋଷଣା ପରେ ଦେଶରେ ବିଧିବଦ୍ଧ ଭାବେ ସାମରିକ ଶାସନ ଆରମ୍ଭ ହୋଇଛି।

ଜେନେରାଲ ଜମାନ ଦୀର୍ଘ ୪ ଦଶନ୍ଧି ଧରି ବାଂଲାଦେଶ ସେନାରେ କାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ହିଁ ତାଙ୍କୁ ସେନା ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା। ମିଳିତ ଜାତିସଂଘର ଶାନ୍ତିସେନା ଭାବେ ଦୁଇ ଥର କାମ କରିଛନ୍ତି । ତେବେ ବର୍ତ୍ତମାନ ବାଂଲାଦେଶ ଶାସନ ଦାୟିତ୍ୱ ନେଇଛନ୍ତି | ସେ କହିଛନ୍ତି, “ଯଦି ସ୍ଥିତିରେ ସୁଧାର ଆସିବ, ତା’ହେଲେ ଏମର୍ଜେନ୍ସି ଲାଗୁ କରିବାର ଆବଶ୍ୟକ ନାହିଁ। ନୂଆ ଅଧିକାରୀମାନେ ସମସ୍ତ ହତ୍ୟାକାରୀଙ୍କୁ ଦଣ୍ଡ ଦେବେ। ଏବେ ଶିକ୍ଷାର୍ଥୀମାନଙ୍କ କାମ ହେଲା, ସେମାନେ ଶାନ୍ତ ହୁଅନ୍ତୁ ଓ ଆମକୁ ସହଯୋଗ କରନ୍ତୁ।”

Leave a Reply

Your email address will not be published. Required fields are marked *