Pratidin TV

Odisha's Digital News Platform

ଉଜବେକିସ୍ତାନର ଶିଶୁ ମୃତ୍ୟୁ ପରେ ୨ ଭାରତୀୟ କଫ୍‌ସିରପ୍‌କୁ ବ୍ୟାନ କଲା ‘WHO’

1 min read

ନୂଆଦିଲ୍ଲୀ : ହୁ’ର କଡା ପରାମର୍ଶ ଉଜବେକିସ୍ତାନରେ ବ୍ୟବହାର ହେବନି ଭାରତ ତିଆରି ୨ ପ୍ରକାରର କଫ୍‌ସିରପ । ନୋଏଡା ଭିତ୍ତିକ କମ୍ପାନୀ ମାରିଅନ ବାୟୋଟିକ୍ ପିଲାଙ୍କ ପାଇଁ ପ୍ରସ୍ତୁତ କରୁଥିବା ୨ ପ୍ରକାରର ସିରପ୍ ଉପରେ ରୋକ ଲଗାଇଛି ବା ବ୍ୟାନ୍ କରିଦେଇଛି । ଏହି କପସିରପ୍ ଖାଇବା ଦ୍ୱାରା ଉଜବେକିସ୍ତାନରେ ଶିଶୁଙ୍କ ଜୀବନ ଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ ସଂଗଠନ ଏକ ରିପୋର୍ଟ ପ୍ରକାଶ କରିଛି ।

ମାରିଅନ ବାୟୋଟେକ ପ୍ରସ୍ତୁତ କରୁଥିବା ସବ୍‌ଷ୍ଟାଣ୍ଡାର୍ଡ ମେଡିକାଲ ପ୍ରଡକ୍ଟ, ଯେଉଁଥିରେ ଏମିତି କିଛି ଦୂଷିତ ଉପାଦନ ରହିଛି ଯାହା ଗୁଣବତ୍ତା ଓ ସୁରକ୍ଷା ସମ୍ପର୍କିତ ମାନଦଣ୍ଡକୁ ହାସଲ କରିବାରେ ବିଫଳ ହୋଇଛି। ଏହି କଫ୍‌ସିରପ ୨ ଟି ହେଉଛି AMBRONOL ସିରପ ଓ DOK-1 Max । ଏହାକୁ ଭାରତର ଉତ୍ତର ପ୍ରଦେଶରେ ଥିବା ମାରିଅନ ବାୟୋଟେକ୍ ପ୍ରାଇଭେଟ୍ ଲିଃ ପକ୍ଷରୁ ତିଆରି କରାଯାଉଛି ।

Advertisement

ନିକଟରେ ମାରିଅନ ବାୟୋଟେକ୍‌ର କଫ୍ ସିରପ ଖାଇ ଉଜବେକିସ୍ତାନରେ ୧୯ ଜଣ ଛୋଟ ପିଲା ପ୍ରାଣ ହରାଇଥିଲେ । ଯାହକୁ ନେଇ ସପୃକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ କମ୍ପାନୀ ନିଜ ପ୍ରଡକ୍ଟର ଯାଞ୍ଚ ଆରମ୍ଭ ହୋଇଥିଲା । ଏନେଇ ଉତ୍ତରପ୍ରଦେଶ ସରକାର ମଧ୍ୟ କମ୍ପାନୀର ଉତ୍ପାଦନ ଲାଇସେନ୍ସକୁ ବାତିଲ କରିଥିଲେ ଓ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ।କିନ୍ତୁ ବର୍ତ୍ତମାନ ଯାଏଁ ମଧ୍ୟ କମ୍ପାନୀ ନିଜର ସଠିକତା ପ୍ରମାଣ କରିପାରିନଥିବାରୁ ହୁଁ ସେହି ୨ଟି କଫସିରପ୍‌କୁ ବନ୍ଦ କରିଦେଇଛି ।

Leave a Reply

Your email address will not be published. Required fields are marked *