Pratidin TV

Odisha's Digital News Platform

କିଏ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଜେପି ନଡ୍ଡା ମନ୍ତ୍ରୀ ହେବା ପରେ ଚାଲିଛି ନେତା ଖୋଜା

ଜେପି ନଡ୍ଡାଙ୍କୁ ମନ୍ତ୍ରୀପଦ ଦେଇ ଏବେ ଚିନ୍ତାରେ ପଡିଛି ବିଜେପି | କାରଣ ବର୍ତ୍ତମାନ ରାଷ୍ଟ୍ରୀୟ ଅଧକ୍ଷ ପଦରୁ ଇସ୍ତଫା ନେଇପାରନ୍ତି ଜେପି ନଡ୍ଡା | ଦଳର ନୀତି ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ପଦ ଆଧାରରେ ନଡ୍ଡାଙ୍କୁ ବର୍ତ୍ତମାନ ଅଧକ୍ଷ ପଦ ଛାଡିବାକୁ ପଡିବ | ତେବେ ଯଦି ରାଷ୍ଟ୍ରୀୟ ପଦରୁ ଜେପି ନଡ୍ଡା ଇସ୍ତଫା ଦିଅନ୍ତି ତେବେ ସେହି ପଦ କାହାକୁ ମିଳିବ ଦାୟିତ୍ୱ ?ତାହାକୁ ନେଇ ଚିନ୍ତା ଘେରରେ ବିଜେପି |

ଅମିତ ଶାହ ଦଳର ଅଧକ୍ଷ ପଦ ଛାଡିବା ପରେ ୨0୨0 ଜାନୁଆରୀରେ ନଡ୍ଡା ଏହି ପଦ ସମ୍ଭାଳିଥିଲେ | କିନ୍ତୁ ବର୍ତ୍ତମାନ ଜେପି ନଡ୍ଡା କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାପରେ ସେ ଦଲର ଅଧକ୍ଷ ପଦ ଛାଡିବାର ସମ୍ଭାବନା ରହିଛି | ଜେପି ନଡ୍ଡା ୨0୧୪ ରୁ ୨0୧୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କ୍ୟାବିନେଟରେ ସ୍ଥାନ ପାଇଥିଲେ | ଏହାପରେ ୨0୨0ରେ ସେ ଏହି ରାଷ୍ଟ୍ରୀୟ ପଦ ଦାୟିତ୍ୱ ସମ୍ଭାଳିଥିଲେ | ତେବେ ପୁଣି ଏହି ପଦକୁ ଅମିତ ଶାହ ଫେରିବା ଚର୍ଚ୍ଚା ହେଉଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ, ଏବଂ ଶିବରାଜ ସିଂ ଚୌହାନଙ୍କ ନାମ ମଧ୍ୟ ଆଲୋଚନାକୁ ଆସିଥିଲା | କିନ୍ତୁ ବର୍ତ୍ତମାନ ସେ କେନ୍ଦ୍ର ମନ୍ତ୍ରୀ ହୋଇସାରିଥିବ ବେଳେ ଦଳର ଅନ୍ୟ କୌଣସି ନେତାଙ୍କୁ ଦାୟିତ୍ୱ ଦେବା ନେଇ ସମ୍ଭାବନା ରହିଛି | ତେବେ କେତେ ଜଣଙ୍କ ନାଁ ଅଧକ୍ଷ ପଦ ପାଇଁ ସାମ୍ନାକୁ ଆସୁଛି | ସେମାନଙ୍କ ନାଁ ମଧ୍ୟରୁ ଦଳର ସାଧାରଣ ସମ୍ପାଦକ ବିନୋଦ ତିୱାରୀ, କିମ୍ବା ତେଲେଙ୍ଗାନା ବିଜେପି ଓବିସି ମୋର୍ଚ୍ଚା ମୁଖ୍ୟ କେ.ଲକ୍ଷ୍ମଣଙ୍କ ନାଁ ମଧ୍ୟ ଆସୁଥିବା ବେଳେ ସୁନୀଲ ବଂଶଲଙ୍କ ନାଁ ମଧ୍ୟ ଅଧକ୍ଷ ପଦ ଦାୟିତ୍ୱ ନେବାକୁ ନେଇ ଚର୍ଚ୍ଚାରେ ରହିଛି |

Leave a Reply

Your email address will not be published. Required fields are marked *