Pratidin TV

Odisha's Digital News Platform

କିଏ ହେବ ମୁଖ୍ୟମନ୍ତ୍ରୀ ଯିଏ ସମ୍ଭାଳିବେ ଓଡ଼ିଶାର ଶାସନ ଭାର ?

ନିର୍ବାଚନ ସରିଛି , ଫଳ ମଧ୍ୟ ବାହାରିଛି ଏବଂ ବିଜେପି ବହୁମତ ମଧ୍ୟ ପାଇଛି | ତେବେ ପୂର୍ବ ଘୋଷଣା ମୁତାବକ ଜୁନ ୧0 ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ ଶପଥ ପାଇଁ ମଞ୍ଚ ମଧ୍ୟ ପ୍ରସ୍ତୁତ | କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ତାହାର ସ୍ପଷ୍ଟିକର ହୋଇପାରିନାହିଁ |

ଭାରତୀୟ ଜନତା ପାର୍ଟି ଏବେ ରାଜ୍ୟ ସରକାରଙ୍କ ନେତୃତ୍ୱ ନେବା ପାଇଁ ନିଜ ଦଳରେ ସର୍ବୋତ୍ତମ ଉପଲବ୍ଧ ନେତା ଚୟନ କରିବାକୁ ଯାଉଛି। ଯଦିଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶାୟୀଙ୍କ ତାଲିକାରେ ଅଛନ୍ତି ଅନେକ ନେତା କିନ୍ତୁ ଦଳର ଶୀର୍ଷ କମିଟି କାହାକୁ ଚୟନ କରିବେ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଆଜି ବିଧାୟକ ଦଳର ବୈଠକ ବସିବ | ବୈଠକ ଉପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମୋହର ବାଜିପାରେ | ପ୍ରଥମ ଥର ପାଇଁ ବିଜେପି ଏକାକୀ ଭାବରେ ରାଜ୍ୟ ସରକାର ଗଢିବାକୁ ଯାଉଥିବାରୁ ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ସମ୍ନାକୁ ଆସୁଛି |

କହିବାକୁ ଗଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସବୁଠାରୁ ଅଧିକ ଚର୍ଚ୍ଚା ହେଉଥିବା ସମୟରେ ଏହି ସମ୍ବନ୍ଧରେ ବିଧାୟକମାନେ ସ୍ପଷ୍ଟ ସୂଚନା ଦେଇନାହାନ୍ତି | ଏମାନଙ୍କ ମଧ୍ୟରୁ ଜୟ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଆଗରେ ରହିଛି | ତେବେ ଯଦିବି ଧର୍ମେନ୍ଦ୍ର ପ୍ରଧାନକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ତେବେ ଅନ୍ୟ ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ସୂଚନା ମିଳୁଛି |ସେହିପରି ବାଚସ୍ପତି ପଦ ପାଇଁ ଭର୍ତ୍ତୃହରିଙ୍କ ନାଁ ଚର୍ଚ୍ଚା ହେଉଛି | ତେବେ କାହାକୁ ମନ୍ତ୍ରୀମଣ୍ଡଳର ସ୍ଥାନ ତାହା ଜୁନ ୯ ତାରିଖ ପୂର୍ବରୁ ସ୍ପଷ୍ଟ ହେବ |

ତେବେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ରାଜ୍ୟର ୧୪୭ ବିଧାନସଭା ଆସନରୁ ୭୮ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *