Pratidin TV

Odisha's Digital News Platform

ଡିସେମ୍ବରରେ ଶେଷ ହେବ ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟ, କିଏ ହେବ ପରବର୍ତ୍ତୀ ଡିଜିପି ?

1 min read

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ଶେଷ ହେବାକୁ ଯାଉଛି ପୋଲିସ ଡିଜିପିଙ୍କ କାର୍ଯ୍ୟକାଳ । ତେବେ ଏହାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । କିଏ ହେବ ପରବର୍ତ୍ତୀ ଡିଜିପି । ବର୍ତ୍ତବାନ ଓଡିଶା ପୋଲିସର ମୁଖିଆ ଅଛନ୍ତି ସୁନୀଲ ବଂଶଲ । ତାଭ୍‌କ ପରେ କିଏ ସମ୍ଭାଳିବ ଏହାର ଦାୟିତ୍ୱ । କିଏ ହେବେ ଓଡିଶା ପୋଲିସର ପରବର୍ତ୍ତୀ ମୁଖିଆ ? ଆସନ୍ତା ବର୍ଷ ଠାରୁ ଓଡିଶା ପୋଲିସ୍ ଡିଜି ଦାୟିତ୍ୱ କାହାକୁ ମିଳିବ ? କିଏ ସମ୍ଭାଳିବେ ରାଜ୍ୟ ପୋଲିସ୍ ଦାୟିତ୍ୱ ? କାରଣ ଆସନ୍ତା ଡିସେମ୍ବର ୩୧ରେ ପୋଲିସ ଡିଜି ସୁନୀଲ ବଂଶଲ ଅବସର ନେବେ । ତେଣୁ ନୂଆ ଡିଜିପି କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ତାଲିକାରେ ଆସୁଥିବା ନାଁ ଭିତରେ ରହିଛନ୍ତି ଜଣେ ମହିଳା ଆଇପିଏସ । ୪ଜଣ ତାଲିକାରେ ଆସୁଥିବା ବେଳେ ସେଥିରେ ଜଣେ ମହିଳାଙ୍କ ନାଁ ମଧ୍ୟ ରହିଛି ।

ତେବେ ନୂଆ ଡିଜିପି ରେସରେ ସବୁଠୁ ଆଗରେ ରହିଛନ୍ତି ମହିଳା ଆଇପିଏସ ବି.ରାଧିକା । ସେ ହେଉନ୍ତି ୧୯୮୯ ବ୍ୟାଚର ଆଇପିଏସ ଅଫିସର । ତାଙ୍କ ପଛକୁ ଅଛନ୍ତି ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ତଥା ଜେଲ୍ ଡିଜି ମନୋଜ ଛାବ୍ରା, ଗୃହ ବିଭାଗ ଓଏସଡି ଅରୁଣ କୁମାର ରାୟ ଓ ବିଏସଏଫ୍‌-ଇଷ୍ଟର୍ଣ୍ଣ କମାଣ୍ଡ ସ୍ୱତନ୍ତ୍ର ଡିଜି ୱାଇ.ବି.ଖୁରାନିଆଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ତେବେ ମହିଳା ବାଚସ୍ପତି ପରେ ମହିଳା ଅଧିକାରୀଙ୍କୁ ଡିଜିପି ଦାୟିତ୍ୱ ମିଳିପାରେ ବୋଲି କଳ୍ପନାଜଳ୍ପନା ହେଉଛି । ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଏବେ ଚାରିଆଡେ ରହିଛି ମହିଳାମାନଙ୍କ ଦବଦବା । ତେବେ ଓଡିଶାର ପ୍ରଥମ ମହିଳା ବାଚସ୍ପତିଙ୍କ ପରେ ଏବେ ପ୍ରଥମ ମହିଳା ଡିଜିପି ବାଜି ମାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ୨୦୨୪ ନିର୍ବାଚନର ବର୍ଷ ଥିବାରୁ ଆଇନ ଶୃଙ୍ଖଳାକୁ ନଜରରେ ରଖି ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ୱ ମିଳିପାରେ ।

Advertisement

Leave a Reply

Your email address will not be published. Required fields are marked *