Pratidin TV

Odisha's Digital News Platform

ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ….

1 min read

ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ମହିଳାଙ୍କ ପାଇଁ ବଡ ଘୋଷଣା କରାଯାଇଛି | ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଆଗାମୀ ୧00 ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନବ ଲାଗୁ କରାଯିବ | ତେବେ ଓଡିଶା ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି | ସେଥିରେ ପ୍ରତି ମହିଳାଙ୍କୁ ୫0 ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ | ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ | ଏବେ ଏହି ଯୋଜନାର କେଉଁ ପରି ବ୍ୟବହାର କଲେ ଲାଭ ପାଇବେ ତାହା ଜାଣିରଖନ୍ତୁ |

ତେବେ ଏହି ସୁଭଦ୍ରା ଯୋଜନର ଆବେଦନ ଉଭୟ ଅନଲାଇନ ଅଫଲାଇନ ହୋଇପାରିବ | ମହିଳାମାନଙ୍କୁ ସଶକ୍ତ କରିବା ଏହି ଯୋଜନାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ | ବିବାହିତ ମହିଳାମାନେ ଏହି ଯୋଜନା ବ୍ୟବହାର କରି ୫0 ହଜାର ଟଙ୍କାର କୁପନ ପାଇବେ | ୨ ବର୍ଷ ମଧ୍ୟରେ ଏହାକୁ ବ୍ୟବହାର କରାଯାଇପରିବ |

Advertisement

ତେବେ ଏହି ଯୋଜନା ବ୍ୟବହାର କରିବା ପାଇଁ କିଛି ଡକ୍ୟୁମେଣ୍ଟ ଆବଶ୍ୟକ | ଆଧାରକାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଘର ଠିକଣା, ମୋବାଇଲ ନମ୍ବର, ଇନକମ ସାର୍ଟିଫିକେଟ, ରାସନ କାର୍ଡ, ପାସପୋର୍ଟ ସାଇଜ ଫଟୋ ଆଦି ଆବଶ୍ୟକ | ଏହି ଯୋଜନାରବି ଲାଭ ଉଠାଇବାକୁ ହେଲେ ଆପଣ ପ୍ରଥମେ ଓଡିଶା ବାସିନ୍ଦା ହୋଇଥିବା ଆବଶ୍ୟକ | ତେବେ କେବଳ ବିବାହିତ ମହିଳା ଏହି ଯୋଜନାର ଲାଭ ଉଥିବାଜକୁ ଥିବା ବେଳେ ପ୍ରତି ପରିବାରର ଜଣେ ମହିଳାଙ୍କୁ ଏହି ଲାଭ ଉଠାଇବାକୁ ସୁଯୋଗ ମିଳିବ | ମହିଳାଙ୍କ ବୟସ ୨୩ ରୁ ୫୯ ବୟସ ହେବା ଆବଶ୍ୟକ | ତେବେ ସବୁଠାରୁ ବଡ କଥା ହେଉଛି ସରକାରୀ ଚାକିରୀ କରିଥିବା ମହିଳାମାନେ ଏହି ଲାଭ ଉଠାଇପାରିବେ ନାହିଁ | ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ି କର୍ମୀ ମହିଳାମାନେ ଏହି ଯୋଜନାର ଲାଭ ନେଇପାରିବେ ବୋଲି କୁହାଯାଉଛି |

Leave a Reply

Your email address will not be published. Required fields are marked *