Pratidin TV

Odisha's Digital News Platform

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା !

1 min read

ସମ୍ବଲପୁର ଲୋକସଭା ଆସନରୁ ପାର୍ଥୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୭ଟି ବିଧାନସଭା ପାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ | ତେବେ ଓଡିଶାର ସମ୍ବଲପୁଆରେ କରିଛନ୍ତି ପ୍ରଚାର | ତେବେ ସମ୍ବଲପର ଅଇଁଠାପଲ୍ଲୀ ମଞ୍ଚରେ ଲୋକଙ୍କୁ ଦଦେଇଛନ୍ତି ଲୋକଙ୍କୁ ୫ଟି ପ୍ରତିଶୃତି |

ତେବେ ଅମିତ ଶାହ ପ୍ରଚାର ସହ କହିଥିଲେ, ଵର୍ତମାନ ବିଜେପି ୩00 ଟପିଲାଣି | ଆଗକୁ ୪00 ଟପିଯିବ | ଏପରିକି ଓଡ଼ିଶାରେ ବିଜେପି ସରକାରକୁ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି ୨୫ ବର୍ଷ ପରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତିକୁ ଆଧାର କରି ଓଡ଼ିଶାରେ ସରକାର ଗଢ଼ିବ ବିଜେପି | ଏଥର ଓଡ଼ିଶରେ ପଦ୍ମ ଫୁଟିବ | କେବଳ ଲୋକସଭାରେ ୪00 ଟପିଲେ ହେବନି ବରଂ ଓଡିଶା ବିଧାନସଭାରେ ମଧ୍ୟ ୭୫ର ଅଧିକ ଆସନ ଆବଶ୍ୟକ | ତେବେ ଯଦି ଏପରି ହୁଏ ସମ୍ବଲପୁରରେ ମେଡିକାଲ କଲେଜ ଖୋଲିବା ପ୍ରତିଶୃତି ଦେବା ସହ ବିଜେପି ଆସିଲେ ରତ୍ନଭଣ୍ଡାର ଖୋଲିବା ହିସାବପତ୍ର ଖୁଲାସ ହେବାର କହିଛନ୍ତି ଅମିତ ଶାହ |

କେବଳ ସେତିକି ନୁହେଁ ଓଡ଼ିଆ ଭାଷାରେ ମେଡିକାଲରେ ପାଠପଢା, ୧୮ ମାସରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩ ଜିଲ୍ଲାରେ IT ପାର୍କ , ୧୫ ଲକ୍ଷ ଗରିବଙ୍କୁ ଘର ଯୋଗାଇଦେବାର ପ୍ରତିଶୃତି ଦିଆଯାଇଛି | ତେବେ ଶାହ କହିଛନ୍ତି, ବର୍ତ୍ତମାନ ୨୬ ଲକ୍ଷ ଓଡ଼ିଆଙ୍କ ପାଖରେ ପାନୀୟ ଜଳ ନାହିଁ ସଡକ, ଶିକ୍ଷା, ଅନ୍ୟାନ୍ୟ କ୍ଷେତ୍ରରେ ଓଡିଶା ବେଶ ପଛରେ ରହିଛି | ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଛବି ହଜିଗଲା | ଦୁଃପ୍ଲିକେଟ ଛବି ବୁଲିଲା | ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ | କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ଯାଞ୍ଚ କରି ସାମ୍ନାରେ କରିବାସହ ଓଡିଶାବାସୀଙ୍କ ନିକଟରେ ଟିକନିକ ତଥ୍ୟ ସାମ୍ନାରେ ରଖିବେ | ଏବଂ କେନ୍ଦୁ ପାତ୍ରରେ ୩0 ପ୍ରତିଶତ ବୋନସ ଦେବା, ୧ଲକ୍ଷ ଯୁବପିଢିଙ୍କୁ କାମ ଦେବା ସହ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବା କଥା କହିଛନ୍ତି ଅମିତ ଶାହ |

Leave a Reply

Your email address will not be published. Required fields are marked *