କିଏ ନେବ ବୃଦ୍ଧ ବାପା ଦାୟିତ୍ୱ ? ୧୦୪ ବର୍ଷରେ ପେଟ ପାଇଁ ଚଳାଇଛନ୍ତି ଏକା ସଂଘର୍ଷ ।
1 min readଗଞ୍ଜାମ ; ବାପା ମା ବୃଦ୍ଧ ପାଲଟିଗଲେ ସାଜିଯାଆନ୍ତି ବୋଝ । ବୋଧେ ଆଜିରେ ଶିକ୍ଷିତ ଦୁନିଆରେ ଏହା ହିଁ ବାସ୍ତବ ସତ । ନହେଲେ ଆଜିବି ଏଭଳି ଦୃଶ୍ୟ ସାମ୍ନାକୁ ଆସୁନଥାନ୍ତା । ଜୀବନ ବଞ୍ଚାଇବା ପାଇଁ ଭିକ୍ଷା ବୃତ୍ତି କରୁଥିବା ୧୦୪ ବର୍ଷିୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି ବଜରଙ୍ଗି ଦଳ ।
ଏଭଳି ଦୁର୍ଶ୍ୟ ଦେଖିବାକୁ ମିଳିଛି , ଗଞ୍ଜାମଜିଲ୍ଲା ପୋଲସରା ନିର୍ବାଚନ ମଣ୍ତଳିର ବୁଗୁଡା ଶହରରେ । ବୁଗୁଡା ବ୍ଳକ ଅଧିନସ୍ତ ବୁରୁଝୋଳା ଗ୍ରାମର ବାଞ୍ଛାନିଧି ସାହୁ ବୟସ ହେଲାଣି ୧୦୪ ।
ବାଞ୍ଚାନିଧି ଙ୍କ ନିଜର ବୋଲି କେହି ନଥିବା ବେଳେ ତାଙ୍କର ଘର ଦ୍ୱାର ମଧ୍ୟ ନଥିବା କହୁଛନ୍ତି ବୁଦ୍ଧାଜଣକ । ଯାହାଫଳରେ ବୃଦ୍ଧା ଜଣକ ହାତରେ ଖଣ୍ତିଏ ବାଡି ଧରି ସହର ତଥା ଗାଁଗହଳିରେ ବୁଲିବୁଲି ଭିକ୍ଷା ବୃତ୍ତି ଆପଣେଇ ଛନ୍ତି । ରାତି ହୋଇଗଲେ କାହା ଘର ଆଉ କାହାର ବାରଣ୍ତା ରେ ଶୋଇପଡୁଥିବା କହୁଛନ୍ତି ବାଞ୍ଛାନିଧି । ଏପରିକି ନିର୍ବାଚନ ସମୟ ଆସିଲେ ବହୁ ନେତା ଙ୍କ ମିଳୁଛି ନାନା ପ୍ରତିସୁତି , ନିଜର ମତଦାନ ମଧ୍ୟ କରୁଛନ୍ତି ହେଲେ ଆଜି ପର୍ଯ୍ଯନ୍ତ ବାଞ୍ଛାନିଧି ଙ୍କୁ ମିଳିପାରିନି କୌଣସି ସରକାରି ସହାୟତା । ଆବାସ ,ଭତ୍ତା,ରାଷନ ଭଳି ସବୁ ଯୋଜନାରୁ ଆଜି ବଞ୍ଚିତ ରହିଛନ୍ତି ବାଞ୍ଛାନିଧି । ଯାହାକି ନିଜର ଜୀବନ ବଞ୍ଛାଇବା ପାଇଁ ପରିଣତ ବୟସରେ ହାତରେ ବାଡି ଖଣ୍ତିଏ ଧରି ଭିକ୍ଷା ବୃତ୍ତି କରି ପେଟ ପାଇଁ ସଂଗ୍ରହ କରୁଛନ୍ତି ଦାନା । ଯଦିଓ ଏଭଳି ଅସହାୟ ଙ୍କୁ ମିଳୁନି ସରକାରି ସହାୟତା ତେବେ ମିଳୁଛି କାହାକୁ ବୋଲି ସାଧାରଣ ରେ ଚର୍ଚା ମଧ୍ୟ ହେଉଛି ।