‘ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ପାଏ’; ବିଜୟ ପରେ ଡୋନାଲ୍ଡ ଟ୍ରମ୍ପ ଏପରି କଲେ ପ୍ରଶଂସା
1 min readଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହ୍ଵାଇଟ ହାଉସକୁ ଫେରିବାକୁ ନେଇ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନୂଆ ଉଚ୍ଚତା ପହଞ୍ଚାଇବା ପାଇଁ ସେ ଅତ୍ୟନ୍ତ ଉତ୍ସାହିତ । ଗତକାଲି ଡୋନାଲ୍ଡ ଟ୍ରମ୍ପ ଓ ମୋଦି ଫୋନ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ । ବର୍ତ୍ତଳାପ ବେଳେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ରଣନୀତିକ ଲକ୍ଷ୍ୟରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ କଲ୍ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଚମତ୍କାର ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାର୍ତ୍ତାଳାପ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ, ତାଙ୍କୁ ଜଣେ ମହାନ୍ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ ଏବଂ ସମଗ୍ର ବିଶ୍ୱ ତାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ।
ଟ୍ରମ୍ପ କହିଛନ୍ତି ଯେ ଭାରତ ଏକ ଚମତ୍କାର ଦେଶ ଏବଂ ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତକୁ ପ୍ରକୃତ ବନ୍ଧୁ ଭାବରେ ବିବେଚନା କରିଛନ୍ତି। ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ନେତା ନିଶ୍ଚିତ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜୟ ପରେ ମୋଦି ପ୍ରଥମ ବିଶ୍ୱନେତା ଯାହାଙ୍କ ସହିତ ଟ୍ରମ୍ପ ଫୋନ ଯୋଗେ କଥା ହୋଇଛନ୍ତି।
ଫୋନରେ କଥା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ ଯେ ‘ମୁଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି । ଏହି ବିଜୟ ତାଙ୍କର ନୀତି ଏବଂ ନେତୃତ୍ୱର ଶକ୍ତିକୁ ପ୍ରମାଣିତ କରେ । ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ । ବିଶ୍ବରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ମିଶି କାମ କରିବା’ ।
ସୂଚନା ଅନୁଯାୟୀ, ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ ହାଉସ ଫେରିଛନ୍ତି ଟ୍ରମ୍ପ । ଅନେକ ବିବାଦରେ ଫସି ମଧ୍ୟ ସେ ଆମେରିକୀୟଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି । ମ୍ଯାଜିକ ନମ୍ବରଠାରୁ ବେଶ ଆଗରେ ରହି ଐତିହାସିକ ବିଜୟ ଲାଭ କରି ବିଶ୍ବର ସୁପର ପାୱାର ଦେଶ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ଟ୍ରମ୍ପ ପାଇଛନ୍ତି ୨୭୭। ଅନ୍ଯପଟେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଡେମୋକ୍ରାଟ କମଳା ହାରିସଙ୍କୁ ମିଳିଛି ୨୨୬ ଭୋଟ।