(video)ଦଳ ଛାଡିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ଆକାଶ , କହିଲେ କାହିଁକି ଛାଡିଲେ ଦଳ?
1 min readବିଜେଡି ଛାଡିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଆକାଶ ଦାସ ନାୟକ । ସେ କହିଛନ୍ତି ଦଳ ଛାଡିବାର ନିଷ୍ପତ୍ତି ମୋ ପାଇଁ କଷ୍ଟକର ଥିଲା । ଭାରି ହୃଦୟ ସହ ଏହି ନିଷ୍ପତ୍ତି ନେଇଛି । ମୋର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛି । ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପା଼ଇଁ ସମର୍ପିତ । ଆଗାମୀ ଦିନରେ କୋରେଇବାସୀଙ୍କ ଭଲ ପାଇବାକୁ ପାଥେୟ କରି, ମୋ ସର୍ମଥକ ଓ ସାଥୀଙ୍କ ପରାମର୍ଶରେ କାର୍ଯ୍ୟପନ୍ଥା ଗ୍ରହଣ କରିବି । ସେ ଆହୁରି କହିଛନ୍ତି, ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି । ମୁଁ ବିଧାୟକ ଥିବାବେଳେ ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା । ମୋ ସମର୍ଥକଙ୍କୁ ବୁଝାଇ ବିନା ପ୍ରତିବାଦରେ ମୁଁ ଦଳ ସହ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି । ୫ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି । ଖରାହେଉ ବା ବର୍ଷା ମୁଁ ଦଳ ପାଇଁ ପ୍ରଚାର କରିଛି । ୩୦ଟି ଜିଲ୍ଳା ବୁଲି ମୁଁ ଦଳ ପାଇଁ ପରିଶ୍ରମ କରିଛି । ମୋ ନିଷ୍ଠାପରତାକୁ ଦଳ ବୁଝିପାରିଲା ନାହିଁ କିମ୍ବା ମୋ ସରଳତାକୁ ଦୁର୍ବଳତା ବୋଲି ଭାବିଲା ସେଥିପାଇଁ ମୁଁ ଦଳ ରୁ ଇସ୍ତଫା ଦେଲି ।